ସୁସ୍ଥ ହେଲେଣି ବିରୋଧୀ ଦଳ ନେତା, କହିଲେ କିଛି ଏମିତି କଥା....
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାଁ ମାଣିକେଶ୍ଵରୀ ଙ୍କ ଅପାର କୃପା ତଥା ମୋର ଆରୋଗ୍ୟ କାମନା କରି ଭଗବାନ ଙ୍କ ପାଖରେ ଦୀପ ଜାଳି ମୋ ପାଇଁ ପୂଜା ଅର୍ଚ୍ଚନା କରିଥିବା ଏବଂ ମୋତେ ଭଲପାଉଥିବା ଜନସାଧାରଣ ଙ୍କ ପ୍ରାର୍ଥନା ଦ୍ବାରା ମୁଁ ଧିରେ ଧିରେ ସୁସ୍ଥ ହେଉଅଛି । ମୋର ସମସ୍ତ ଶୁଭେଚ୍ଛୁ ମାନଙ୍କୁ ହୃଦୟ ରୁ ଅନେକ ଅନେକ ଧନ୍ୟବାଦ । ମୁଁ କୋଭିଡ ରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମୋ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇ ସମସ୍ତ ପ୍ରକାର ର ଉନ୍ନତ ମାନର ଚିକିତ୍ସା ପାଇଁ AIIMS ନିର୍ଦ୍ଦେଶକ ଙ୍କ ସହ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ଯୋଗାଯୋଗରେ ଥିଲେ । ମୋ ପରିବାର ର ମାନସିକ ସ୍ଥିତି କୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀ ମୋ ସ୍ତ୍ରୀ ସହ କଥା ହେଇଥିଲେ । ମୋର ଜୀବନ ର ସବୁଠୁ କଷ୍ଟଦାୟକ ସମୟରେ ପ୍ରଧାନମନ୍ତ୍ରୀ ମୋ ପରିବାର ର ମୁଖିଆ ସାଜି ମୋ ପରିବାର ସହ ଠିଆ ହୋଇଥିଲେ, ମୁଁ ଅନ୍ତର୍ମନରୁ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ପ୍ରଦୀପ୍ତ ଙ୍କୁ କିଛି ଅସୁବିଧା ହେବାକୁ ଦେବି ନାହିଁ, ଏହି ବିଶ୍ୱାସ ର ସହ ପ୍ରତ୍ୟେକ ଦିନ AIIMS କତୃପକ୍ଷ ଙ୍କ ସହ ବିଚାର ବିମର୍ଶ କରି ମୋତେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଥିବା ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଇ ଙ୍କୁ କୃତଜ୍ଞତା ର ସହ ଧନ୍ୟବାଦ । ଓଡ଼ିଶା ସରକାର ତଥା ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଜୀ ମୋର ସ୍ୱାସ୍ଥ୍ୟାବସ୍ଥା କୁ ନେଇ ଚିନ୍ତିତ ଥିଲେ ତାଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ । Bharatiya Janata Party (BJP) ର ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦ, ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ବି ବହୁତ ବହୁତ ଧନ୍ୟବାଦ ମୋର ବିପଦ ସମୟରେ ସମସ୍ତେ ମୋର ପରିବାର ସହ ଠିଆ ହେଇଥିଲେ । ମୁଁ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ ଏବେ ମୁଁ ଭୁବନେଶ୍ୱର ସ୍ଥିତ ଏମ୍ସ ରେ ଚିକିତ୍ସିତ ହେଉଅଛି ଆପଣ ମାନଙ୍କ ଅପାର ଭଲ ପାଇବା ଏବଂ ମାଁ ମାଣିକେଶ୍ଵରୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଧିରେ ଧିରେ ସୁସ୍ଥ ହେଉଅଛି । ମୋତେ ଫେସବୁକ୍ ଏବଂ ଟ୍ୱିଟର ମାଧ୍ୟମରେ ରାଜ୍ୟ ର ବହୁ ସମସ୍ୟା ଲୋକ ଜଣାଉଛନ୍ତି, ମୋର ସ୍ବାସ୍ଥ୍ୟ ଅବସ୍ଥା ପାଇଁ ମୁଁ ଆପଣ ମାନଙ୍କ ସହ ମିଶି ପାରୁ ନାହିଁ ଏବଂ ଓଡ଼ିଶା ବାସୀଙ୍କ ହକ୍ ଓ ଅଧିକାର ର ଲଢେଇ ଲଢି ପାରୁନାହିଁ । ତଥାପି ଯାହା କିଛି ସମସ୍ୟା ମୋର ଦୃଷ୍ଟିଗୋଚର ହେଉଛି ମୁଁ ଚିଠି ଜରିଆରେ ଓଡିଶା ସରକାର କୁ ଜଣାଉଛି । ମୁଁ ସମ୍ପୂର୍ଣ୍ଣ ଭଲ ହୋଇ ବହୁତ ଶୀଘ୍ର ପୂର୍ବ ଭଳି ଆପଣ ମାନଙ୍କ ସହ ମିଶିବି । ମୁଁ ଆପଣ ମାନଙ୍କ ପାଖକୁ କେବେ ଯାଇପାରିବି, ସେହି ସମୟକୁ ବ୍ୟାକୁଳତାର ସହ ଅପେକ୍ଷା କରିଛି..!!
Powered by Froala Editor