ପେଗାସସ୍ ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ
ପେଗାସସ୍ ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଏନ ଭି ରମଣାଙ୍କ ବେଞ୍ଚ ଏହାର ଶୁଣାଣି କରି କେନ୍ଦ୍ରକୁ ନୋଟିସ ଜାରୀ କରିଛନ୍ତି। ଏହି ବେଞ୍ଚ କହିଛନ୍ତି ଯେ, ଯେଉଁ ଅଭିଯୋଗ ଆସିଛି ତାହାର ଜବାବ କେନ୍ଦ୍ର ସରକାର ରଖିବା ଆବଶ୍ୟକ। ସରକାର କୋର୍ଟଙ୍କୁ କିଛି ଲୁଚାଇବେ ନାହିଁ। ସୁପ୍ରିମକୋର୍ଟ ଯୁକ୍ତିକୁ ଶୁଣିବା ପରେ ପେଗାସସ୍ ବିବାଦ ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛନ୍ତି। ଦେଶର ସୁରକ୍ଷା ସଂପର୍କିତ ଉପରେ ବେଞ୍ଚ କୌଣସି ତଥ୍ୟ ମାଗୁ ନାହିଁ। ହେଲେ ସାଧାରଣ ନାଗରିକମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ଉପରେ କେନ୍ଦ୍ର ଜବାବ ରଖୁ ବୋଲି କୋର୍ଟ କହିଛନ୍ତି। ଏହାପରେ ସୁପ୍ରିମକୋର୍ଟ ତଦନ୍ତ ପାଇଁ କୌଣସି କମିଟି ଗଠନ କରାଯିବ କି ନାହିଁ, ତା’ ଉପରେ ନିଷ୍ପତ୍ତି ନେବେ।
ଏନଏସ୍ଓ ସ୍ପାଇୱେୟାର ପେଗାସସ୍ ଦ୍ୱାରା ଦେଶର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୂଇନ୍ଦାଗିରି କରାଯାଉଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ବିବାଦ ଦେଖାଯାଇଛି। ଏହାର ତଦନ୍ତ ପାଇଁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା।
ଏହାର ଶୁଣାଣି କରି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି, “ଆମେ କେବେ ହେଲେ ଜାତୀୟ ସୁରକ୍ଷାରେ ବୁଝାମଣା ହେଉ ବୋଲି ଚାହୁଁନାହୁଁ। ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରୋଟୋକଲରେ ମଧ୍ୟ ହସ୍ତକ୍ଷେପ କରିବାକୁ ଚାହୁଁନୁ। ଆମେ କେବେ ହେଲେ ଏସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରିବାକୁ କହିବୁ ନାହିଁ। କିନ୍ତୁ ଲୋକଙ୍କ ବ୍ୟକ୍ତିଗତ ଫୋନ ଉପରେ ହମଲା ହୋଇଥିବା ଦାବି ହୋଇଛି।
Powered by Froala Editor