ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
ମଙ୍ଗଳବାର ବିଜେପି ନେତା ଜାବିଦ ଅହମ୍ମଦ ଦରଙ୍କୁ ଆତଙ୍କବାଦୀମାନେ କଶ୍ମୀରର କୁଲଗାମ ଅଂଚଳରେ ଗୁଳି କରି ହତ୍ୟା କରିଛନ୍ତି । ୯ ଦିନ ମଧ୍ୟରେ ଆତଙ୍କବାଦୀମାନେ ୩ଜଣ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । ଦର କୁଲଗାମରେ ବିଜେପିର ନିର୍ବାଚନ ମଣ୍ଡଳୀ ଇନଚାର୍ଜ ଭାବେ କାମ କରୁଥିଲେ। ଆଜି ଅପରାହ୍ନରେ ସେ ବ୍ରାଜଲୋ-ଜାଗିର ରାସ୍ତାରେ ଯାଉଥିବା ବେଳେ ହଠାତ୍ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ ପରେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଏହି ଘଟଣାକୁ ସବୁ ରାଜନୀତିକ ଦଳର ନେତାମାନେ ନିନ୍ଦା କରିବା ସହ ଦାରଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି।
ଏହାପୂର୍ବରୁ ଅଗଷ୍ଟ ୯ରେ ବିଜେପି ନେତା ଗୁଲାମ ରସୁଲ ଦାର ଓ ତାଙ୍କ ପତ୍ନୀଙ୍କୁ ଆତଙ୍କବାଦୀମାନେ ସମାନ ଢଙ୍ଗରେ ଗୁଳି କରି ହତ୍ୟା କରିଥିଲେ। ଗୁଲାମ ରସୁଲ ଦାର ବିଜେପିର ଜିଲ୍ଲା କିଷାନ ମୋର୍ଚ୍ଚାର ମୁଖ୍ୟ ଥିଲେ। ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି ।
Powered by Froala Editor