ତାଲିବାନ ଆତଙ୍କ: ଜୀବନ ବିକଳରେ ବିମାନରେ ପଶିଗଲେ ୬୪୦ ଲୋକ

ବସ୍ କିମ୍ବା ଟ୍ରେନ୍ରେ ଲୋକଙ୍କ ଭିଡ ଦେଖିବାକୁ ମିଳେ । ହେଲେ ବିମାନରେ ୬୪୦ ଲୋକ ଥିବେ ବୋଲି ବିଶ୍ୱାସ କରିବା ଅସମ୍ଭବ । କିନ୍ତୁ ତାଲିବାନ ଅଧୀନକୁ ଯାଇଥିବା ଆଫଗାନ ଲୋକ ଏବେ ଅନ୍ୟ ଦେଶ ମୁହଁ ହୋଇଛନ୍ତି । ତେଣୁ ଯେଉଁ ବିମାନ ସେଠାରୁ ଆସୁଛି ସେଥିରେ ଶହ ଶହ ଲୋକ ସବାର ହେଉଛନ୍ତି । ଏ ଦୃଶ୍ୟ ଭୟଙ୍କର ହୋଇଥିଲେ ବି ସତ । ଜୀବନ ବିକଳରେ ସେଠାକାର ଲୋକ ବିମାନ ସାହାଯ୍ୟରେ ଖୁନ୍ଦାଖୁନ୍ଦି ହୋଇ ପଳାଇଯାଉଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆମେରିକା ଏୟାର ଫୋର୍ସର ସି-୧୭ ବିମାନରେ ଏହି ଆଫଗାନ ନାଗରିକ କାତାର ଯାଇଛନ୍ତି ।
ତାଲିବାନ କାବୁଲକୁ କବଜା କରିବାର ୨୪ ଘଣ୍ଟା ଭିତରେ ଆଫଗାନିସ୍ତାନରୁ ଏମିତି ଚିତ୍ର ଆସୁଛି ଯାହା ସାରା ବିଶ୍ୱକୁ ବ୍ୟଥିତ କରୁଛି । ବିମାନ ଭିତରେ ପଶିବାକୁ ଲୋକଙ୍କ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଛି । ସମସ୍ତଙ୍କ ମନରେ ଗୋଟିଏ ଲକ୍ଷ୍ୟ ଯେମିତି ବି ହେଉ ଆଫଗାନିସ୍ତାନରୁ ପଳାଇବେ । ପ୍ରାଣ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ । ଧାଁ ଦୌଡ଼ ଭିତରେ କିଏ ପଳାଉଛି ତ କେହି ଅଟକି ପରବର୍ତ୍ତୀ ବିମାନକୁ ଅପେକ୍ଷା କରୁଛନ୍ତି ।
Powered by Froala Editor