ତାଲିବାନ ସରକାରକୁ ରୁଷିଆ ଓ ଚୀନର ସ୍ୱିକୃତି
ଆଫଗାନିସ୍ତାନର ଭାବୀ ଶାସନକୁ ସ୍ୱୀକୃତି ଦେବ ବୋଲି ଘୋଷଣା କରିଛନ୍ତି ଚୀନ ଓ ରୁଷିଆ । ଚୀନ ତାଲିବାନ ଆତଙ୍କବାଦୀଙ୍କୁ ନିଜ ବନ୍ଧୁ ବୋଲି ଘୋଷଣା କରିଛି ଏବଂ ସେମାନଙ୍କ ସଂଗଠନ ସହିତ ସମ୍ପର୍କ ବୃଦ୍ଧି ପାଇଁ ଚାହୁଁଥିବା କହିଛି । ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ କହିଛନ୍ତି ଯେ ଆଫଗାନିସ୍ତାନରେ ଶାନ୍ତପୂର୍ଣ୍ଣ କ୍ଷମତା ହସ୍ତାନ୍ତର ଆଶା ରଖିଛି ତାଙ୍କ ଦେଶ । ତାଲିବାନ ଚୀନ ସହ ଭଲ ସମ୍ପର୍କ ରଖିବାକୁ ପ୍ରୟାସ କରି ଆସିଛି । ଆଫଗାନିସ୍ତାନର ପୁନଃ ନିର୍ମାଣରେ ଏହା ଚୀନର ସହଭାଗିତା କାମନାକ ରୁଛି । ଏହାକୁ ଚୀନ ସ୍ୱାଗତ କରୁଛି । ବିଭିନ୍ନ ରାଷ୍ଟ୍ର ଆଫଗାନିସ୍ତାନରେ ଥିବା ସେମାନଙ୍କ ଦୂତାବାସ ବନ୍ଦ କରୁଥିବା ବେଳେ ଚୀନ ଦୂତାବାସ କାର୍ଯ୍ୟକ୍ଷମ ରହିଛି । ତାଲିବାନ ଶାସକକୁ ଚୀନ ଆର୍ଥିକ ସହାୟତା ସହ ବିକାଶ ପାଇଁ ସହଯୋଗ କରିବ ବୋଲି ସେ କହିଛନ୍ତି । ରୁଷିଆ ପକ୍ଷରୁ ରାଷ୍ଟ୍ରଦୂତ ମଧ୍ୟ ତାଲିବାନ ଦ୍ୱାରା ଗଠିତ ହେବାକୁ ଥିବା ଇସଲାମିକ ସରକାରକୁ ସ୍ୱୀକୃତି ଦିଆଯିବ ବୋଲି ଘୋଷଣା କରାଯାଇଛି । ମଙ୍ଗଳବାର ଏ ନେଇ ଉଭୟ ପକ୍ଷ ମଧ୍ୟରେ ଆନୁଷ୍ଠାନିକ ଭାବେ ସାକ୍ଷାତ ହେବ ବୋଲି ରୁଷିଆ ରାଷ୍ଟ୍ରଦୂତ କହିଛନ୍ତି ।
Powered by Froala Editor