ଦେଇଥିବା କଥା ରଖିଲେ, ସିନ୍ଧୁଙ୍କ ସହ ଆଇସକ୍ରିମ ଖାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାଗନେବାକୁ ଯିବା ପୂର୍ବରୁ ଭାରତୀୟ କ୍ରୀଡ଼ାବିତ ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଭାସୀ ମାଧ୍ୟମରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେତେବେଳେ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ସହ କଥା ହେବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ପି୍ରୟ ଖାଦ୍ୟ ହେଉଛି ଆଇସକି୍ରମ । ହେଲେ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ବୋଧହୁଏ ସେ ଆଇସକି୍ରମ ଖାଇପାରୁନାହାନ୍ତି । ଜବାବରେ ସିନ୍ଧୁ କହିଥିଲେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଥିବାରୁ ମୋତେ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିବାକୁ ପଡୁଛି । ତେଣୁ ଆଇସକି୍ରମ ନିୟମିତ ଖାଇପାରୁନାହିଁ । ସେତେବେଳେ ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ଅଲିମ୍ପିକ୍ସରେ ପଦକ ଜିତି ଫେରିଲେ ତାଙ୍କ ସହ ସେ ନିଶ୍ଚୟ ଆଇସକି୍ରମ ଖାଇବେ । ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ କ୍ରୀଡାବିତ ପ୍ରାତଃଭୋଜନ ପାଇଁ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ମୋଦିଙ୍କ ବାସଭବନକୁ ଯାଇଥିଲେ । ପ୍ରାତଃଭୋଜନ ପରେ ପ୍ରଧାନମନ୍ତ୍ରୀ ଆଇସକି୍ରମ ମଗାଇ ଗୋଟିଏ ଟେବୁଲରେ ସିନ୍ଧୁଙ୍କ ସହ ଖାଇଥିଲେ । ଅନ୍ୟ କ୍ରୀଡ଼ାବିତମାନଙ୍କୁ ମଧ୍ୟ ଆଇସକି୍ରମ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏପରି ଆତିଥ୍ୟରେ ଭାରତୀୟ ଅଲିମ୍ପିଆନ ଅତ୍ୟନ୍ତ ଖୁସିଥିବା ଦେଖା ଯାଇଥିଲା ।
Powered by Froala Editor