କଂଗ୍ରେସକୁ ବଡ ଝଟକା, ଟିଏମସିରେ ସାମିଲ ହେଲେ ସୁସ୍ମିତା ଦେବ
ଗୌହାଟୀ: ଆସାମରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । ବରିଷ୍ଠ ନେତ୍ରୀ ସୁସ୍ମିତା ଦେବ ରବିବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ସମୟରେ ଟିଏମସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଓ ଡେରେଜ ଓ ବି୍ରଆନଙ୍କ ଭଳି ବଡ଼ ନେତା ଉପସ୍ଥିତ ଥିଲେ । ରିପୋର୍ଟ ଅନୁସାରେ ସୁସ୍ମିତା ନିଜର ଇସ୍ତଫାପତ୍ରକୁ ପ୍ରଥମେ କଂଗ୍ରେସର ହ୍ୱାଟସଆପ ଗ୍ରୁପରେ ଛାଡ଼ିଥିଲେ । ଏହା ପରେ ନିଜର ଟ୍ୱିଟର ବାୟୋରେ ନିଜକୁ କଂଗ୍ରେସର ପୂର୍ବତନ ସଦସ୍ୟ ବୋଲି ଲେଖିଥିଲେ । ପରେ ସେ ନିଜର ଇସ୍ତଫାପତ୍ରକୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ । ଇସ୍ତଫା ପତ୍ରରେ ଲେଖିଥିଲେ, ‘ବିଗତ ୩୦ ବର୍ଷ କଂଗ୍ରେସ ଦଳରେ କାମ କରିବା ମୋ’ ପାଇଁ ସ୍ମରଣୀୟ ହୋଇ ରହିବ । ଭବିଷ୍ୟତରେ ଜନକଲ୍ୟାଣଭିମୁଖୀ କାମରେ ନିଜକୁ ନିୟୋଜିତ କରିବାକୁ ମୁଁ ଇଚ୍ଛୁକ । ସୁସ୍ମିତା ଦେବ ଦୀର୍ଘ ଦିନ ଧରି ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ଖୁବ ଶୀଘ୍ର ସେ ଟିଏମସିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା ।
Powered by Froala Editor