ଓଲାର ଇଲେକ୍ଟି୍ରକ ସ୍କୁଟର, ଏହାର ଫିଚରସ୍ ବିଷୟରେ ଜାଣନ୍ତୁ...
ବେଙ୍ଗାଲୁରୁ: ଭବିଷ ଅଗ୍ରୱାଲଙ୍କ ସଂସ୍ଥା ଓଲା ପକ୍ଷରୁ ନୂଆ ଇଲେକ୍ଟି୍ରକ ସ୍କୁଟର ଉନ୍ମୋଚନ କରାଯାଇଛି ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ଏକ ଲକ୍ଷ ଟଙ୍କା । କମ୍ପାନୀ ଏସ୧ ଓ ଏସ୧ ପ୍ରୋ ନାମକ ଦୁଇଟି ମଡେଲକୁ ଉନ୍ମୋଚନ କରିଛି । ଏସ୧ ମଡେଲର ଦାମ ୯୯,୯୯୯ ଟଙ୍କା ରଖାଯାଇଥିବା ବେଳେ ଏସ୧ପ୍ରୋର ଦାମ ହେଉଛି ୧,୨୯,୯୯୯ ଟଙ୍କା ଯେହେତୁ ବିଭିନ୍ନ ରାଜ୍ୟ ଇଲେକ୍ଟି୍ରକ ଗାଡ଼ି ଉପରେ ସବସିଡି ହେଉଛନ୍ତି ତେଣୁ ଗ୍ରାହକମାନେ କିଣିବା ବେଳେ ଏହି ଦାମ ଅପେକ୍ଷାକୃତ କମ୍ ରହିବ । ସେପ୍ଟେମ୍ବର ୮ ରୁ ଗ୍ରାହକମାନେ ଓଲା ଇଲେକ୍ଟି୍ରକ ସ୍କୁଟର କିଣିପାରିବେ ଓ ଡେଲିଭରି ଅକ୍ଟୋବର ମାସରୁ ଆରମ୍ଭ ହେବ । ଓଲା ଏସ୧ ପ୍ରୋରେ ୩,୯୭ କିଲୋୱାଟ-ଆୱାର (କେଡବ୍ଲୁଏଚ) ବ୍ୟାଟେରି ବ୍ୟବହାର କରାଯାଇଛି । ଏହା ଥରେ ଚାର୍ଜ ହେଲେ ଗାଡ଼ି ୧୮୧ କିମି ଯାତ୍ରା କରିବ । ସ୍କୁଟର ସର୍ବାଧିକ ୧୧୫ କିମି ବେଗରେ ଗତି କରିପାରିବ । ଏସ୧ ମଡେଲରେ ୨.୯୮ କେଡବ୍ଲୁଏଚ ବ୍ୟାଟେରି ବ୍ୟବହାର କରାଯାଇଛି ।
Powered by Froala Editor