ସୁପ୍ରିମକୋର୍ଟରେ ପରୀ ହତ୍ୟାକାଣ୍ଡ, ଆସିବ କି ରାୟ ?
ନୂଆଦିଲ୍ଲୀ : ନୟାଗଡ଼ ଯଦୁପୁର ଗ୍ରାମର ୫ ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆଜି ବିଚାରପତି ଏଏମ ଖାନୱିଲକର ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ହେବ । ଗତ ମାସ ୨୨ ତାରିଖରେ ସୁପ୍ରିମକୋର୍ଟ ଆବେଦନକାରୀ ପରୀଙ୍କ ମାଆଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ସେପ୍ଟେ୍ଟମ୍ବର ୧୧, ୨୦୨୦ର ଆଦେଶ ବିରୋଧରେ ଏସଏଲପି ଦାଖଲ କରିବା ପାଇଁ କହିବା ପରେ ପରୀ ମାଆଙ୍କ ଓକିଲଙ୍କ ପକ୍ଷରୁ ଏଥି ପାଇଁ ସମୟ ଲୋଡ଼ିଥିଲେ । ଏହା ପରେ ପରୀ ମାଆଙ୍କ ପକ୍ଷରୁ କୌଣସି ପ୍ରକାର ନଥିପତ୍ର ସୁପ୍ରିମକୋର୍ଟରେ ଦାଖଲ କରାଯାଇନାହିଁ । ଫଳରେ ସୁପ୍ରିମକୋର୍ଟ କି ରାୟ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡ଼ିଥିଲା । ବିଜେପି ପକ୍ଷରୁ ଏନେଇ ଆନ୍ଦୋଳନ କରାଯିବା ସହ ପଦଯାତ୍ରା କରାଯାଇଥିଲା । ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବା ପାଇଁ ବିଭିନ୍ନ ମହଲରେ ଦାବି କରାଯାଉଛି । କେଉଁ କାରଣରୁ ପରୀଙ୍କୁ ହତ୍ୟା କରାଗଲା ତାହା ଏଯାବତ ସ୍ପଷ୍ଟ ହୋଇପାରିନାହିଁ ।
Powered by Froala Editor