ଓଏସଏସସି ମହାଦୁର୍ନୀତି ବିରୋଧରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ମହାଦୁର୍ନୀତି ପ୍ରସଙ୍ଗରେ ବାଲିପାଟଣା ବ୍ଲକରେ ଏକ ବିକ୍ଷୋଭ ର୍ୟାଲି ଏବଂ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସ ସଂପାଦକ ସଂଦୀପ ରାଉତରାୟଙ୍କ ଦ୍ୱାରା ଆୟୋଜିତ ଏହି ବିକ୍ଷୋଭରେ ୫୦୦ରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀ ମୋଟର ସାଇକେଲରେ ରାଲି କରିଥିଲେ ।
ବାଲିପାଟଣା ବ୍ଲକ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ନୱାଜ କହିଥିଲେଯେ, ଷ୍ଟାଫ ସିଲେକସନ ଦୁର୍ନୀତିକୁ ଘୋଡାଇବା ପାଇଁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରୁଛନ୍ତି । ତେବେ ଛାତ୍ର କଂଗ୍ରେସ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନିଦ ହଜାଇଦେବ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ ହେବ । ନବୀନ ସରକାର •କିରୀ ବିକ୍ରି ପ୍ରସଙ୍ଗରେ ଜନଜାଗରଣ ସୃଷ୍ଟି ହେବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷ ଯୋଗଦେଇ କହିଥିଲେ ଯେ ନବୀନ ସରକାର ଓଡ଼ିଶାର ଛାତ୍ର ସମାଜକୁ ପ୍ରତାରିତ କରିଛି । ସେମାନଙ୍କ ଜୀବନର ସ୍ୱପ୍ନ ଓ ସଂକଳ୍ପକୁ ଅପହରଣ କରିଛି । ଏକ ଦୁର୍ବାର ଛାତ୍ର ଆନ୍ଦୋଳନ ପାଇଁ ଛାତ୍ର କଂଗ୍ରେସ ପ୍ରସ୍ତୁତ ହେଉଛି । ଏହି କାର୍ଯ୍ୟକ୍ରମରେ ଅଖିଳେଶ ୟାଦବ୍, କାର୍ତିକ କାଣ୍ଡି, ରଂଞ୍ଜିତ୍ ସେନାପତି ଅଂଶଗ୍ରହଣ କରିଥିଲେ ।
ବାଲିପାଟଣା ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟ , ବାଲିଅନ୍ତା ବ୍ଲକ କଂଗ୍ରେସ ସଭାପତି ଜନ୍ମେଜୟ ସ୍ୱାଇଁ , ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ଭୋଇ, ବାଲିପାଟଣା ଛାତ୍ର କଂଗ୍ରେସ ନେତା ଅଜିତ ପ୍ରଧାନ , ରାକେଶ ବେହେରା , ସୌମ୍ୟ ରାୟ, ଆକାଶ ସାହୁ , ଯୁବ କଂଗ୍ରେସର ସାଧାରଣ ସଂପାଦକ ସୁକାନ୍ତ କୁମାର ଦାସ , ଦେବାଶିଷ ବେହେରା , ଗୁଣନିଧି ବସ୍ତିଆ, ମଂଟୁ ସାହୁ, ଭରତ ବେହେରା , ଅଶୋକ ସାହୁ , ପୂର୍ଣ୍ଣଚନ୍ଦ୍ର ବେହେରା , ନାରାୟଣ ମଙ୍ଗରାଜ , ପ୍ରଦୀପ୍ତ ସ୍ୱାଇଁ , ଅଭିମନ୍ୟୁ ରାଉତ୍ ପ୍ରମୁଖ ବିକ୍ଷୋଭ ସଭାରେ ସକ୍ରିୟ ଅଶଂଗ୍ରହଣ କରି ସଭାଟିକୁ ସଫଳ କରିଥିଲେ ।
Powered by Froala Editor