୧୨ ବର୍ଷ ପରେ ସଂଗଠନ ଛାଡ଼ିଲେ ୩ ହାର୍ଡକୋର ମାଓବାଦୀ
ଦୀର୍ଘ ୧୨ ବର୍ଷ ଧରି ମାଓ ସଂଗଠନ ସହ ଯୋଡି ହୋଇଥିବା ୩ ହାର୍ଡକୋର ମାଓବାଦୀ ଆଜି ଓଡ଼ିଶା ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ର ଲକମା ମାଡଭି, ଗଙ୍ଗା ମାଡ଼କମ ଓ ସୁକ ସୋଡି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରୀ ନିୟମ ଅନୁସାରେ ଥଇଥାନ କରାଯିବ । ଅନ୍ୟ ମାଓବାଦୀମାନ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପୋଲିସ ଡିଜି ।
ଲକମା ମାଡଭି, ଗଙ୍ଗା ମାଡ଼କମ ଏରିଆ କମିଟି ମେମ୍ୱର ଥିବା ବେଳେ, ସୁକ ସୋଡି ପାର୍ଟି ମେମ୍ୱର ଭାବେ କାର୍ଯ୍ୟ କରୁଥିଲା । ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓ ଗତିବିଧିରେ ଏମାନେ ସମ୍ପୃକ୍ତ ଥିଲେ । ଦୀର୍ଘ ୧୨ ବର୍ଷ ଧରି ଏମାନେ ବିଭିନ୍ନ ମାଓ ଗତିବିଧିରେ ସମ୍ପୃକ୍ତ ଥିଲେ ।
Powered by Froala Editor