ତାଲିବାନ ଛାଡିବାକୁ ବିମାନ ଟାୟାରରେ ନିଜକୁ ବାନ୍ଧିଥିଲେ, ଦୁର୍ଭାଗ୍ୟରୁ ଖସିପଡ଼ିଲେ
ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ସ୍ଥିତି ଭୟାବହ ହୋଇଛି। ଲୋକ ପ୍ରାଣପଣେ ଦେଶ ଛାଡି ପଳାଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଲୋକ ଏଥିପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛଘୁଞ୍ଚା ଦେଉନାହାନ୍ତି । ଏହାରି ଭିତରେ ଏକ ଛାତିଥରା ଚିତ୍ର ସାମ୍ନାକୁ ଆସିଛି। ସେଠାକାର ୩ ଜଣ ବ୍ୟକ୍ତିଙ୍କ ବିମାନ ଉଡାଣ ବେଳେ ତଳେ ଖସିପଡି ଜୀବନ ଯାଇଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କାବୁଲ ବିମାନବନ୍ଦରରୁ ଯାଉଥିବା ଏକ ବିମାନରେ ଆଉ ଜାଗା ନଥିଲା। ଫଳରେ ୩ ତିନି ଜଣ ବ୍ୟକ୍ତି ବିମାନ ଟାୟାରରେ ନିଜକୁ ବାନ୍ଧି ଝୁଲି ରହି ବିମାନରେ ଯିବାକୁ ପ୍ରୟାସ କରିଥିଲେ। କିନ୍ତୁ ଆଫଗାନିସ୍ତାନ ଛାଡିବାର ସ୍ୱପ୍ନ ସେମାନଙ୍କ ଧ୍ୱଂସ ହୋଇଯାଇଥିଲା । କାରଣ ବିମାନରୁ ଖସିପଡି ଏହି ତିନି ଜଣଙ୍କର ଜୀବନ ଚାଲିଯାଇଛି। ଏହି ଲୋମଟାଙ୍କୁରା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ ଯେ, ଗତ କାଲି ତାଲିବାନ କାବୁଲକୁ ଦଖଲ କରିବା ପରେ କ୍ଷମତା ନିଜ ହାତକୁ ନେଇଛି । ଏହା ପୂର୍ବରୁ ଆଫଗାନ ରାଷ୍ଟ୍ରପତି ଅସରଫ ଗ଼ନି ନିଜ ପରିବାର ସହ ତୁର୍କମେନିସ୍ତାନକୁ ପଳାୟନ କରିଥିଲେ । ଏହାପରେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଏବେ ତାଲିବାନ ନିଜ ଦଖଲକୁ ନେଇଛି। ତାଲିବାନୀ ଶାସନରୁ ମୁକ୍ତି ପାଇବା ପାଇଁ ଲୋକେ ଦେଶ ଛାଡି ଯିବାକୁ ମନସ୍ଥ କରିଛନ୍ତି। ସେମାନଙ୍କ ଲାଗି ଦେଶ ଛାଡି ଯିବାର ଗୋଟିଏ ମାତ୍ର ରାସ୍ତା ହେଲା ଆକଶ ମାର୍ଗ। ଏଥିପାଇଁ ଲୋକେ କାବୁଲର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭିଡ ଜମାଉଛନ୍ତି। ପ୍ରବଳ ଭିଡ ଯୋଗୁଁ କାବୁଲ ବିମାନମନ୍ଦରରେ ଆଉ ପାଦ ରଖିବାକୁ ମଧ୍ୟ ଜାଗ। ନାହିଁ।
Powered by Froala Editor