ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।ରାଜଧାନୀ ନୂଆଦିଲ୍ଲୀସ୍ଥିତ ଅଟଳ ସମାଧୀ ସ୍ଥଳରେ ରାଷ୍ଟ୍ରପତି ରାମନାଥ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ସେହିପରି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱର୍ଗତ ବାଜପେୟୀଙ୍କୁ ମନେ ପକାଇଛନ୍ତି ।
ଆଦର୍ଶ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ଦେଶ ମନେ ପକାଉଛି । କାରଣ ବାଜପେୟୀ ନିଜର ଜୀବନ କାଳରେ ଅନେକ ଗୁଡ଼ିଏ ଐତିହାସିକ କାମ କରିଯାଇଛନ୍ତି । ଭାରତ ରତ୍ନ ବାଜପେୟୀଙ୍କୁ ଦେଶର କିଛି ଭଲ ନେତାଙ୍କ ମଧ୍ୟରେ ଗଣତି କରାଯାଇଥାଏ । ସେ ରାଜନୀତିରେ ଥାଇ ମଧ୍ୟ କୌଣସି ଦଳ ବିରୋଧୀ କାର୍ୟ୍ୟକଳାପ କରୁ ନଥିଲେ । ବିରୋଧୀ ଦଳର ନେତାମଧ୍ୟ ବାଜପେୟୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁ ନଥିଲେ । ସେଥି ପାଇଁ ଆଜି ଦେଶ ବାଜପେୟୀଙ୍କୁ ମନେ ପକାଉଛି ।
Powered by Froala Editor