ଯୁକ୍ତ ୨ ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ, ସିଏଚ୍ଏସ୍ଇ ଅଫିସ ଘେରାଉ
ଭୁବନେଶ୍ୱର: ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଫଳକୁ ନେଇ କିଛି ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାକୁ ନେଇ ଆଜି ଭୁବନେଶ୍ବର ସ୍ଥିତି ସିଏଚ୍ଏସ୍ଇ ମୁଖ୍ୟ ଅଫିସରେ ଅସନ୍ତୋଷ ଛାତ୍ରଛାତ୍ରୀ ଘେରାଉ କରିଛନ୍ତି। ସିଏଚ୍ଏସ୍ଇର କୌଣସି ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ମନ ଇଚ୍ଛା ମାର୍କ ଦେଇ ଫେଲ୍ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଗତବର୍ଷ ଯୁକ୍ତ ଦୁଇରେ କୌଣସି ପରୀକ୍ଷା ଦେଇନଥିବା ପିଲାମାନେ ଦଶମ ଶ୍ରେଣୀ ଆଧାରରେ ଯୁକ୍ତଦୁଇ ମାର୍କ ଦେବାକୁ ଦାବି କରିଛନ୍ତି। ଏନେଇ ଛାତ୍ରଛାତ୍ରୀ ମାନେ ପରୀକ୍ଷା ନିୟନ୍ତ୍ରକଙ୍କୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ନେଇ ଛାତ୍ରଛାତ୍ରୀ ଓ ଅବିଭାବକ ଅଭିଯୋଗ କରି ସିଏଚ୍ଏସ୍ଇ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି ।
ସୂଚନା ମୁତାବିକ, କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିଲା ବେଳେ ବିକଳ୍ପ ମୂଲ୍ୟାୟନ କରାଯାଇଛି । ଗତ ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିଲା ।ଯୁକ୍ତ ଦୁଇର ୩ ଲକ୍ଷ ୪୫ ହଜାର ୬୭୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନ ଓ ବାଣିଜ୍ୟର ୧ଲକ୍ଷ ୨୩ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇ ସାରିଛି । ଶନିବାର ଦିନ କଳା ଓ ଧନ୍ଦାମୂଳକ ଶିକ୍ଷାର ୨ ଲକ୍ଷ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀଙ୍କ ଫଳପ୍ରକାଶ ପାଇଥିଲ।
Powered by Froala Editor