ଶିଲଂରେ ବଢୁଛି ହିଂସା : ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ବୋମା ମାଡ଼
ପୂର୍ବତନ ଉଗ୍ରବାଦୀ ଚେରିଶଷ୍ଟାରଫିଲ୍ଡ ଥାଙ୍ଗଖ୍ୟୁଙ୍କ ପୋଲିସ ଏନକାଉଣ୍ଟରେ ମୃତ୍ୟୁ ଘଟିବା ପରେ ମେଘାଳୟର ରାଜଧାନୀ ଶିଲଂରେ ଭୀଷଣ ହିଂସାକାଣ୍ଡ ଘଟିଛି। ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଘର ଉପରେ ପେଟ୍ରୋଲ ବୋମା ଫିଙ୍ଗାଯାଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଏହି ଘଟଣା ପରେ ଶିଲଂରେ ରବିବାର ରାତି ୮ଟାରୁ କର୍ଫ୍ୟୁ ଲଗାଯାଇଛି । ଏହି କର୍ଫ୍ୟୁ ଅଗଷ୍ଟ ୧୭ ଯାଏଁ ଜାରି ରହିବ ବୋଲି ସରକାର କହିଛନ୍ତି ।
ରାଜ୍ୟର ଅନେକ ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ରାଜଧାନୀ ଶିଲଂ ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ଲଗାତର ବିରୋଧ ପ୍ରଦର୍ଶନ କରାଯାଉଛି। ରାଜ୍ୟରେ ଆଇନ୍ଶୃଙ୍ଖଳା ସ୍ଥିତି ବିଗିଡ଼ିଯିବାରୁ ୪ ଜିଲ୍ଲା- ପୂର୍ବ ଖାସି ହିଲ୍, ପଶ୍ଚିମ ଖାସି ହିଲ, ଦକ୍ଷଣ-ପଶ୍ଚିମ ଖାସି ହିଲ ଏବଂ ରି-ଭୋଇରେ ସନ୍ଧ୍ୟା ୬ଟା ଠାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଥାଙ୍ଗଖ୍ୟୁଙ୍କ ମୃତ୍ୟୁ ପରେ ହିଂସା ବଢିଚାଲିଛି । ରାଜ୍ୟରେ ବିଗୁଡୁଥିବା ପରିସ୍ଥିତି ମଧ୍ୟରେ ରବିବାର ସନ୍ଧ୍ୟାରେ ଗୃହମନ୍ତ୍ରୀ ଲଖନ ରିମ୍ବୁଇ ଇସ୍ତଫା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସାଙ୍ଗମାଙ୍କୁ ଲେଖିଥିବା ଚିଠିରେ ସେ କହିଥିଲେ ଯେ, ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପୋଲିସ ଥାଙ୍ଗଖ୍ୟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳେ ତାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଥିଲା ।
Powered by Froala Editor