ଦେଶରେ ୩୨,୯୩୭ ପଜିଟିଭ ଚିହ୍ନଟ, ୪୧୭ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଖସୁଛି ସଂକ୍ରମଣ । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୯୩୭ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୪୧୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ୩୫ ହଜାର ୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।
ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୩ କୋଟି ୨୨ ଲକ୍ଷ ୨୫ ହଜାର ୫୧୩କୁ ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା ଛୁଇଁଛି ୪ ଲକ୍ଷ ୩୧ ହଜାର ୬୪୨ ରହିଥିବା ବେଳେ ୩୧ କୋଟି ୪୧ଲକ୍ଷ ୧୯ ହଜାର ୨୪ ଜଣ ସୁସ୍ଥ ହୋଇଛନ୍ତି । ୩ ଲକ୍ଷ ୮୧ ହଜାର ୯୪୭ଟି ସକ୍ରିୟ ମାମଲା ରହିଛି । ୫୪ କୋଟି ୫୮ ଲକ୍ଷ ୫୭ ହଜାର ୧୦୮ ଜଣଙ୍କୁ ଟୀକାକରଣ କରାଯାଇଛି ।
Powered by Froala Editor