ପବନଦୀପଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା
ଇଣ୍ଡିଆନ ଆଇଡ଼ଲ ୧୨ର ବିଜେତା ପବନଦୀପ ରାଜନଙ୍କୁ ନେଇ ଏବେ ସବୁଆଡେ଼ ଚର୍ଚ୍ଚା । ଏବେ ସେ ପାଲଟି ଯାଇଛନ୍ତି ଷ୍ଟାର । ସଂଗୀତର ଯାଦୁଗରୀରେ ସେ ଭାରତବାସୀଙ୍କ ହୃଦୟ ଜିଣିସାରିଛନ୍ତି । ଆସନ୍ତୁ ତାଙ୍କ ବିଷୟରେ ଜାଣିବା;
୧. ପବନଦୀପ କେବଳ ଗୀତ ଗାଆନ୍ତି ନାହିଁ, ସେ ଗିତାର, କି’ବୋଡର଼୍, ତବଲା, ପିଆନେ ଓ ଢୋଲକ ବି ବଜାଇ ପାରନ୍ତି ।
୨. ମାତ୍ର ୨ ବର୍ଷ ବୟସରେ ସେ ଉତରାଖଣ୍ଡରେ ଚର୍ଚ୍ଚା ସୃଷ୍ଟି କରିଥିଲେ । ସେତେବେଳେ ସେ ତବଲା ବଜାଇ ଅନେକ ପୁରସ୍କାର ଜିଣିପାରିଥିଲେ ।
୩. ଚଣ୍ଡୀଗଡ଼ର ଲୋକପ୍ରିୟ ବ୍ୟାଣ୍ଡ ‘ରାଇତ’ର ସେ ହେଉଛନ୍ତି ମୁଖ୍ୟ କଣ୍ଠଶିଳ୍ପୀ
୪. ୨୦୧୫ରେ ପବନଦୀପ ଭଏସ ଅଫ ଇଣ୍ଡିଆର ବିଜେତା ହୋଇ ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ସେ ପୁରସ୍କାର ବାବଦରେ ୫୦ ଲକ୍ଷ ଟଙ୍କା, କାର ଜିତିଥିଲେ ।
୫. ରୋମିଓ ଓ ବୁଲେଟରେ ସେ କଣ୍ଠଦାନ କରିଥିବାବେଳେ ନିଜର ଅନେକ ଆଲବମ ବି କରିଛନ୍ତି । ୨୦୧୫ରେ ତାଙ୍କର ଆଲବମ ‘ୟାକିନ’, ୨୦୧୬ରେ ‘ଛୋଲିୟାର’ ବେଶ ଲୋକପ୍ରିୟ ହୋଇଥିଲା ।
୬. ଖାଲି ଭାରତର ନୁହେଁ ସେ ଦୁବାଇ, ମାଲେସିଆ, ଥାଇଲାଣ୍ଡ, ଦକ୍ଷିଣ ଆଫ୍ରିକାରେ ବି ସୋ’ କରିଛନ୍ତି ।
Powered by Froala Editor