କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା, ଦଳ ଛାଡିଲେ ସୁସ୍ମିତା ଦେବ
ନୂଆଦିଲ୍ଲୀ: କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା । ଦଳ ଛାଡିଲେ ସର୍ବ ଭାରତୀୟ ମହିଳା କଂଗ୍ରେସ ମୋର୍ଚ୍ଚାର ମୁଖ୍ୟ ସୁସ୍ମିତା ଦେବ। କିଛି ଦିନ ହେଲା ଏହି ଚର୍ଚ୍ଚା ଲାଗି ରହିଥିବା ବେଳେ ତାହା ଆଜି ସଠିକ ପ୍ରମାଣିତ ହୋଇଛି ।
ସୋମବାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ସୁସ୍ମିତା କହିଛନ୍ତି ସେ କଂଗ୍ରେସ ପାଇଁ ନିଷ୍ଠାପର ଭାବେ କାମ କରୁଥିଲେ । ୩ ଦଶନ୍ଧି ଧରି ଦଳରେ ରହି କାମ କରିବା ତାଙ୍କ ପାଇଁ ସବୁବେଳେ ସ୍ମୃତି ହୋଇ ରହିବ । ଦଳରୁ ଅନେକ କିଛି ପାଇଛନ୍ତି । ବର୍ତ୍ତମାନ ଦଳ ପାଇଁ କାମ କରିବା ତାଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ । ଏଠି କଂଗ୍ରେସ ସହ ଯାତ୍ରା ଶେଷ ହେଲା । ଦଳ ସମର୍ଥନ ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।ଏହାବାଦ ଆଗକୁ ମଧ୍ୟ ସେ ଜନସେବା ଜାରି ରଖିବେ ବୋଲି କହିଛନ୍ତି ।
ତେବେ କେଉଁ ଦଳରେ ସାମିଲ ହେବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ତୃଣମୂଳ କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଖୁବ ଶୀଘ୍ର ସେ କୋଲକାତା ଫେରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ବିଦ୍ଧିବଧ ଭାବେ ଦଳରେ ସାମିଲ ହେବେ ବୋଲି ତାଙ୍କ ସମର୍ଥକ ମାନେ ପ୍ରଚାର କରୁଛନ୍ତି । ଅନ୍ୟପଟେ ସୁସ୍ମିତା ଦଳ ଛାଡିବା ପରେ ପୁଣିଥରେ କଂଗ୍ରେସରେ ବରିଷ୍ଠ କନିଷ୍ଠ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି ।
Powered by Froala Editor