ତୃତୀୟ ଲହର ଭୟ; ୧୦୪ ନାବାଳକଙ୍କୁ କରୋନା
ଭୁବନେଶ୍ୱର : କରୋନାର ତୃତୀୟ ଲହରରେ ଛୋଟ ପିଲାମାନେ ସଂକ୍ରମିତ ହେବେ । ୧୮ ବର୍ଷରୁ କମ ବୟସର ପିଲାମାନେ ଅଧିକ ସଂକ୍ରମଣ ହେବେବୋଲି ବିଶେଷଜ୍ଞମାନେ ମତପୋଷଣ କରିଥିଲେ । ତେବେ ତୃତୀୟ ଲହର ଭାରତକୁ ଆସିଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ । ଅପରପକ୍ଷରେ ୧୮ ବର୍ଷରୁ କମ ପିଲାମାନେ ସଂକ୍ରମିତ ହେଉଥିବାରୁ କେହିକେହି କରୋନାର ତୃତୀୟ ଲହର ଆସିଲାକି ବୋଲି ପ୍ରଶ୍ନ କରୁଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରୁ ୧୦୪ ଆକ୍ରାନ୍ତଙ୍କ ବୟସ ୧୮ରୁ କମ ରହିଛି । ଏପରିକି ଶିଶୁମାନେ ବି ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ଅନୁଗୁଳରେ ୨୬, ବାଲେଶ୍ୱରରେ ୫୨, ବରଗଡ଼ରେ ୧୩, ଭଦ୍ରକରେ ୧୯, ବଲାଙ୍ଗୀରରେ ୮, ବୌଦ୍ଧରେ ୧, କଟକରେ ୧୫୪, ଦେବଗଡ଼ରେ ୬, ଢେଙ୍କାନାଳରେ ୧୫, ଗଜପତିରେ ୧, ଗଞ୍ଜାମରେ ୩, ଜଗତସିଂହପୁରରେ ୨୩, ଯାଜପୁରରେ ୪୫, ଝାରସୁଗୁଡ଼ାରେ ୬, କଳାହାଣ୍ଡିରେ ୨, କନ୍ଧମାଳରେ ୧୨, କେନ୍ଦ୍ରାପଡ଼ାରେ ୨୬, କେନ୍ଦୁଝରରେ ୧୦, ଖୋର୍ଦ୍ଧାରେ ୨୫୬, ମାଲକାନାଗିରିରେ ୬, ମୟୂରଭଞ୍ଜରେ ୨୮, ନୟାଗଡ଼ରେ ୨୧, ନୂଆପଡ଼ାରେ ୬, ପୁରୀରେ ୨୧, ରାୟଗଡ଼ାରେ ୨, ସମ୍ବଲପୁରରେ ୩୯, ସୁନ୍ଦରଗଡ଼ରେ ୧୩ ଓ ରାଜ୍ୟ ପୁଲରେ ୫୪ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor