ଇଣ୍ଡିଆନ ଆଇଡଲ ସିଜିନ ୧୨ ର ବିଜେତା ହେଲେ ପବନଦୀପ ରାଜନ

ଡେରାଡୁନ: ରବିବାର ଇଣ୍ଡିଆନ ଆଇଡଲ ସିଜିନ ୧୨ ଶେଷ ହୋଇଛି । ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ସିଜିନ ୧୨କୁ ମିଳିଛି ତାର ବିଜେତା । ପୁରସ୍କାର ଆକାରରେ ପବନଙ୍କୁ ୨୫ ଲକ୍ଷ ଟଙ୍କା ଓ ଏକ ସ୍ବିପ୍ଟ କାର ପ୍ରଦାନ କରାଯାଇଛି । ପବନ ପ୍ରଥମ ହୋଇଥିବାବେଳେ ଅରୁଣିତା କାଞ୍ଜିଲାଲ ଦ୍ବିତୀୟ ଓ ସାଇଲି ତୃତୀୟ ସ୍ଥାନରେ ରହିଛନ୍ତି । ଟାଇଟଲ ଟ୍ରଫି ହାତେଇଛନ୍ତି ଉତ୍ତରାଖଣ୍ଡର ପବନଦୀପ ରାଜନ । ପାଞ୍ଚ ପ୍ରତିଯୋଗୀଙ୍କୁ ହରାଇ ଏହି ବିଜୟ ହାସଲ କରିଛନ୍ତି ପବନ । ପବନଙ୍କ ଏହି ସଫଳତା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
ସିଏମ ଟ୍ବିଟରେ ଲେଖିଛନ୍ତି ଯେ ତାଙ୍କ ଗୀତର ଯାଦୁରେ ଇଣ୍ଡିଆନ ଆଇଡଲ ୨୦୨୧ର ବିଜେତା ହେବା ସହିତ ସମସ୍ତ ଦେଶବାସୀଙ୍କ ହୃଦୟ ଜିତି ଦେବଭୂମି ଉତ୍ତରାଖଣ୍ଡର ନାଁ ରଖିଛନ୍ତି । ରାଜ୍ୟବାସୀଙ୍କ ତରଫରୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ସିଏମ ପୁଷ୍କର ସିଂ ଧାମି ।ପବନ ଦୀପ ରାଜନ କୁମାଉନ ନିବାସୀ । ୧୯୯୬ରେ ଚପାବନ ଜିଲ୍ଲା ବଲଚୋଡା ଗ୍ରାମରେ ପବନଙ୍କ ଜନ୍ମ । ଏହିଠାରେ ହିଁ ସେ ତାଙ୍କ ପାଠପଢା ଶେଷ କରିଛନ୍ତି । ପିଲାଟି ଦିନରୁ ଗୀତ ଗାଇବା ତାଙ୍କର ନିଶା ଥିଲା । ତାଙ୍କ ସ୍ବର ଯାଦୁରେ ପାହାଡ ଯେମିତି ଝୁମି ଉଠୁଥିଲା । ମାତ୍ର ଅଢେଇ ବର୍ଷରୁ ସେ ତବଲା ବଜାଇବା ଶିଖିଥିଲେ । ତାଙ୍କର ଏହି ସଫଳତା ପଛରେ ତାଙ୍କ ପିତା ସୁରେଶ ରାଜନ ଓ ବଡବାପା ସତୀଶ ରାଜନଙ୍କ ବଡ ହାତ ରହିଛି ।
Powered by Froala Editor