ହାଇତି ଭୂମିକମ୍ପ : ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲା
ହାଇତିରେ ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୩୦୦କୁ ଟପିଲାଣି । ୭.୨ ତୀବ୍ରତାରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବାରୁ ଭୂଷୁଡି ପଡିଥିଲା ବଡ ବଡ ଅଟ୍ଟାଳିକା । ଫଳରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏଥିରେ ୫୦୦୦ରୁ ଅଧିକ ଆହତଙ୍କୁ ଚିକିତ୍ସା କରାଯାଉଛି । ଏମାନଙ୍କ ଚିକିତ୍ସା ପାଇଁ ଅନ୍ତର୍ଜାତୀୟ ରେଡକ୍ରସ୍ ସେବା ଜାରି ରଖିଛି ।
ହାଇତିର ନାଗରିକ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶକ ଜେରୀ ଚାଣ୍ଡେଲ କହିଛନ୍ତି, ଅଧିକାଂଶ ଆହତ ଦେଶର ଦକ୍ଷିଣ ପ୍ରାନ୍ତର । ଶନିବାର ଭୂକମ୍ପରେ ଅନେକ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ଭୂସ୍ଖଳନ ହେତୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ହେଉଥିବା ଉଦ୍ଧାରକାରୀ ଦଳ କହିଛନ୍ତି ।
ସୂଚନା ଥାଉକି, ଭୂକମ୍ପର ପ୍ରକୋପ ଏତେ ଭୟାବହ ଥିଲା ଯେ, ପ୍ରଧାନମନ୍ତ୍ରୀ ଆରିଏଲ ହେନେରୀ ଦେଶରେ ଏକ ମାସର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଯେଉଁଠି କ୍ଷୟକ୍ଷତି ଅଧିକ ହୋଇଛି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହାସହ ଆହତ ରୋଗୀଙ୍କୁ ଡାକ୍ତରଖାନାରେ ରୋଗୀ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ସାରା ଏବଂ କ୍ଷୟକ୍ଷତିର ଆକଳନ ନହେବା ପର୍ଯ୍ୟନ୍ତ ସେ ଆନ୍ତର୍ଜାତୀୟ ସହାୟତା ଲୋଡ଼ିବେ ନାହିଁ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଅନ୍ୟ ଦେଶକୁ କୌଣସି ସାହାଯ୍ୟ ନମାଗିଥିଲେ ବି ଏକାଧିକ ରାଷ୍ଟ୍ର ସାହାଯ୍ୟର ହାତ ବଢାଇଛନ୍ତି । ଆମେରିକା ଚିଲି, ଜାମାଇକା ନିଜ ନିଜ ବାୟୁ ସେନା ପଠାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହାସହ ଲୋକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଉଛନ୍ତି ।
Powered by Froala Editor