ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ତାଲିବାନ ନେତା ମୌଲାନା ଅବଦୁଲ ଘାନି

କାବୁଲ: ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ତାଲିବାନ ନେତା ମୌଲାନା ଅବଦୁଲ ଘାନି ବାରାଦାର । ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିଆର କରିବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ରବିବାର ନିଜ ପଦରୁ ଇସ୍ତଫା ଦେବା ପରେ ନିଜ ଟିମ୍ ସହିତ କାଜାକାସ୍ତାନ ପଳାଇଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ ଆଫଗାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଆଫଗାନିସ୍ତାନ ଛାଡ଼ି ପଳାଇଛନ୍ତି।
ତାଲିବାନର ସହ-ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଅବଦୁଲ ହେଉଛନ୍ତି ଅନ୍ୟତମ, ଯିଏ ବର୍ତ୍ତମାନ ତାଲିବାନ ରାଜନୈତିକ କାର୍ୟ୍ୟାଳୟର ମୁଖ୍ୟ ଅଟନ୍ତି । ସେ ତାଲିବାନର ପ୍ରତିଷ୍ଠାତା ମୌଲାନା ଓମାରଙ୍କ ଜଣେ ବିଶ୍ବସ୍ତ କମାଣ୍ଡଙ୍କ ମଧ୍ୟରୁ ଜଣେ, ଯିଏକି ୨୦୧୦ ମସିହାରେ ଦକ୍ଷିଣ ପାକିସ୍ତାନର କରାଚି ସହରରେ ସୁରକ୍ଷା ବାହିନୀ ତାଙ୍କୁ କାବୁ କରିଥିଲା । ଏବଂ ୨୦୧୮ରେ ତାଙ୍କୁ ମୁକ୍ତ କରାଯାଇଥିଲା ।କାନ୍ଦାହାରରେ ବାରାଦାର ବଢିଥିଲେ । ୧୯୭୦ ଦଶକର ଶେଷ ଭାଗରେ, ଯେତେବେଳେ ତାଙ୍କ ଦେଶ ଉପରେ ସୋଭିଏତ୍ ଆକ୍ରମଣ କରିଥିଲା, ସେତେବେଳେ ବାରାଦାରଙ୍କ ଜୀବନରେ ନୂଆ ମୋଡ ଆସିଥିଲା ଏବଂ ତାଙ୍କୁ ଜଣେ ବିଦ୍ରୋହୀ ସଜେଇ ଦେଇଥିଲା। ଜଣାଯାଏ ଯେ, ସେ ଜଣେ ଜଣାଶୁଣା ମୌଲବୀ ମୁଲ୍ଲାଃ ଓମାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଯୁଦ୍ଧ କରିଥିଲେ ।ସୋଭିଏତ୍ ପ୍ରତ୍ୟାହାର ପରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ଏବଂ ଦୁର୍ନୀତି ଭ୍ରଷ୍ଟାଚାର ମଧ୍ୟରେ ୧୯୯୦ ଦଶକ ଆରମ୍ଭରୁ ଦୁହେଁ ତାଲିବାନ ଆନ୍ଦୋଳନକୁ ଆଗକୁ ବଢାଇଥିଲେ । ୨୦୦୧ରେ ତାଲିବାନର ପତନ ପରେ, ବାରାଦାର ବିଦ୍ରୋହୀଙ୍କ ଏକ ଛୋଟ ଗୋଷ୍ଠୀରେ ସାମିଲ ହୋଇଥିବା ଜଣାପଡିଛି ।୨୦୧୦ରେ ବାରାଦାରଙ୍କୁ ପାକିସ୍ତାନରେ ଗିରଫ କରାଯାଇ ଜେଲରେ ରଖାଯାଇଥିଲା । ଏବଂ ଆମେରିକାର ଚାପ ପରେ ତାଙ୍କୁ ୨୦୧୮ରେ ଜେଲରୁ ମୁକ୍ତ କରାଯାଇ କତାରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହିଠାରେ ସେ ତାଲିବାନର ରାଜନୈତିକ କାର୍ୟ୍ୟାଳୟର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଆମେରିକୀୟଙ୍କ ସହ ପ୍ରତ୍ୟାହାର ଚୁକ୍ତିନାମା ସ୍ବାକ୍ଷର କରିଥିଲେ।
Powered by Froala Editor