କାବୁଲରେ ପଶିଲା ତାଲିବାନ
ନୂଆଦିଲ୍ଲୀ: ରକ୍ତର ହୋଲି ଖେଳୁଥିବା ତାଲିବାନକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଗୋଟିଏ ପରେ ଗୋଟିଏ ସହରକୁ ନିଜ କବଜାକୁ ନେଉଥିବା ତାଲିବାନ ଏବେ କାବୁଲରେ ପଶିଛି । ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନ ପ୍ରବେଶ କରିଥିବା ସୂଚନା ମିଳିଛି । କାବୁଲର ଚାରିପଟୁ ବିଦ୍ରୋହୀ ତାଲିବାନ ଘେରି ରହିଥିବା ଜଣାଯାଇଛି ।
ତେବେ କାବୁଲ ଦଖଲ ବେଳେ ରକ୍ତପାତ କରିବୁ ନାହିଁ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । କୌଣସି ସାଧାରଣ ଲୋକଙ୍କୁ ମୃତାହତ ହେବାକୁ ଦେବୁନି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି ।
ପୂର୍ବରୁ ଦେଶର ଅନ୍ୟତମ ବଡ଼ ସହର ଜଲାଲବାଦକୁ ନିଜ ଅକ୍ତିଆରକୁ ନେଇଥିଲା ଏହି ସଙ୍ଗଠନ । କାବୁଲଠାରୁ ଆଉ ଇଞ୍ଚେ ଦୂରରେ ରହିଛି ତାଲିବାନ । ଦେଶର ବଡ଼ ସହର ମଧ୍ୟରେ କେବଳ କାବୁଲ ଅସରଫ ଘାନି ସରକାରଙ୍କ ଅଧୀନରେ ରହିଥିବା ରବିବାର ସୂଚନା ମିଳିଛି । ତାଲିବାନ ଜଲାଲବାଦକୁ କବଜା କରିବା ପରେ ପୂର୍ବତନ ଡେପୁଟି ସିନିଅର ଆଡଭାଇଜର ଏମ. ଶାଫିକ ହମଦମ ନିଜର ଦୁଃଖ ପ୍ରକାଶ କରିଛନ୍ତି । ଜଲାଲବାଦ ତାଙ୍କର ଜନ୍ମସ୍ଥାନ ହୋଇଥିବା ବେଳେ ଦେଶର ଏକ ଉନ୍ନତ ସହର । ଏହି ସହର ମଧ୍ୟ ବର୍ତ୍ତମାନ ତାଲିବାନ କବଜାରେ । ତାଲିବାନ ଆତଙ୍କବାଦୀମାନେ ଜଲାଲବାଦ ସହରବାସୀଙ୍କର କୌଣସି କ୍ଷତି ପହଞ୍ଚାଇବେ ନାହିଁ । ବିଶ୍ବ ଓ ଭଗବାନ ତାଙ୍କୁ ଦେଖୁଛନ୍ତି । ସେ କିଛି ଅନୁଚିତ କାର୍ୟ୍ୟ କରିବେ ନାହିଁ ବୋଲି ହମଦମ ରାଷ୍ଟ୍ରପତି ଅସରଫଙ୍କୁ କହିଛନ୍ତି ।ତାଲିବାନ ଆଫଗାନିସ୍ତାନର ସୁରକ୍ଷାକର୍ମୀ ତଥା ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଆସୁଥିବାରୁ ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା ଦେଶରୁ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଏହି ହିଂସାକାଣ୍ଡ ଜାରି ରଖିଛି ।
Powered by Froala Editor