ଇସ୍ତଫା ଦେଇପାରନ୍ତି ଘନି, ଆମେରିକା ବି ଏହା ଚାହୁଁଛି
କାବୁଲ: କାବୁଲ ଦଖଲ ପାଇଁ ତାଲିବାନ ନିମନ୍ତେ ରାସ୍ତା ସଫା ହୋଇଯାଇଥିବାରୁ ରାଷ୍ଟ୍ରପତି ଅସରଫ ଘନି ଯେ କୌଣସି ମୁହୂର୍ତ୍ତରେ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ କୁହାଯାଉଛି । କାବୁଲ ସଂଲଗ୍ନ ସମସ୍ତ ଅଞ୍ଚଳ ଏବେ ତାଲିବାନ ନିୟନ୍ତ୍ରଣକୁ ଆସିଯାଇଛି ଏବଂ ଆଫଗାନ ସେନା ଆଉ ତାଲିବାନର ମୁକାବିଲା କରିବା ସ୍ଥିତିରେ ନାହିଁ ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ଅସରଫ ଘନି ତୁରନ୍ତ ଇସ୍ତଫା ଦେଇ କ୍ଷମତା ହସ୍ତାନ୍ତର ପ୍ରକି୍ରୟାକୁ ସୁଗମ କରିବା ଲାଗି ଆମେରିକା ଚାପ ସୃଷ୍ଟି କରୁଥିବା ଜଣାପଡ଼ିଛି । ଯଦି ସଂଘର୍ଷ ହୁଏ ତା ହେଲେ ଭୀଷଣ ରକ୍ତପାତ ଏବଂ ଭୟାନକ ସ୍ଥିତି ଉପୁଜିବ । ଏଭଳି ସ୍ଥିତି ଏଡ଼ାଇବାକୁ ରାଷ୍ଟ୍ରପତି ଇସ୍ତଫା ଦେଇ ଶାନ୍ତି ଯୋଜନା କାର୍ଯ୍ୟକାରି କରିବା ଦାୟିତ୍ୱ ମଧ୍ୟସ୍ଥି ରାଷ୍ଟ୍ରଙ୍କ ହାତରେ ଛାଡ଼ି ଦିଅନ୍ତୁ ବୋଲି ଆମେରିକା ଚାହୁଛି । ଆମେରିକା କାବୁଲରେ ଦୂତାବାସ ଖାଲି ପ୍ରକି୍ରୟା ଆରମ୍ଭ କରିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହଟାଇ ଦେବାକୁ କର୍ମଚାରୀଙ୍କୁ ନିଦେ୍ର୍ଧଶ ଦେଇଛି । ତାଲିବାନ ହାତରେ ଯେଭଳି କୌଣସି ସମ୍ବେଦନଶୀଳ ତଥ୍ୟ ନ ଲାଗିବ ସେଥିପାଇଁ ସତର୍କ ରହିବାକୁ ଆମେରିକା କୂଟନୀତିଜ୍ଞମାନଙ୍କୁ କହିଛି । କାବୁଲରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଉଥିବାରୁ ଭାରତ, ବି୍ରଟେନ, କାନାଡ଼ା ସମେତ ବିଭିନ୍ନ ରାଷ୍ଟ୍ର ଦୂତାବାସ ଖାଲି କରିବା ଓ ନାଗରିକଙ୍କୁ ସୁରକ୍ଷିତ ଫେରାଇ ନେବା ପ୍ରକି୍ରୟା ତ୍ୱରାନ୍ୱିତ କରିଛନ୍ତି ।
Powered by Froala Editor