ଆମେରିକାର ରାଷ୍ଟ୍ରପତି ଜଣାଇଲେ ସ୍ୱାଧୀନତା ଦିବସର ଶୁଭେଚ୍ଛା
ଆଜି ଦେଶ ପାଳୁଛି ୭୫ତମ ସ୍ୱାଧିନତା ଦିବସ । ଆଜି ଭଳି ଏକ ପବିତ୍ର ଦିବସ ଉପଲକ୍ଷେ ସାରା ଦେଶରେ ଉସôାହ ଭରି ରହିଛି । ସମସ୍ତ ପ୍ରକାର କରୋନା କଟକଣା ମାନି ସବୁଆଡେ ପତାକା ଉତ୍ତୋଳନ କରାଯାଉଛି । ଭାରତ ମାତା କି ଜୟ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଭାରତର ଏହି ଖୁସିରେ ସାମିଲ ହୋଇଛି ଆମେରିକା । ଅମେରିକାର ମୁଖ୍ୟମନ୍ତ୍ରୀ ଜୋ ବାଇଡେନ ୭୫ତମ ସ୍ୱାଧୀନତା ଦବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇବା ସହ ଭାରତ ସ୍ୱାଧୀନତା ଇତିହାସର କର୍ଣ୍ଣଧାର ଜାତିର ପିତାଙ୍କୁ ମଧ୍ୟ ମନେ ପକାଇଛନ୍ତି । ସେ କହିଛନ୍ତି ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ବଳରେ ଦେଶ ସ୍ୱାଧୀନତାର ଆଲୋକ ଦେଖିଥିଲା । ଏହା ସହିତ ବାଇଡେନ୍ କହିଛନ୍ତି ୪୦ଲକ୍ଷରୁ ଅଧିକ ଭାରତୀୟ ଅମେରିକାରେ ଥିବାରୁ ସେମାନଙ୍କ ସହ ସମ୍ପର୍କ ନିବିଡ ହୋଇପାରିଛି ।
Powered by Froala Editor