ଆତଙ୍କବାଦୀ ଆକ୍ରମଣ ପଣ୍ଡ: ୪ ଜୈସ ଆତଙ୍କବାଦୀ ଗିରଫ
ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲିସ ଆତଙ୍କବାଦୀମାନଙ୍କ ଏକ ବଡ଼ ଆକ୍ରମଣ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି । ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଦେଶରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ଉତ୍ସବରେ ଆକ୍ରମଣ କରିବା ପାଇଁ ବଡ଼ ଯୋଜନା କରିଥିଲା ଏବଂ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା । ତେବେ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ଏକ ବଡ଼ ଅପରେସନ ଦ୍ୱାରା ୪ ଜୈସ ଆତଙ୍କବାଦୀଙ୍କୁ ଜୀବିତ ଧରିବାରେ ସକ୍ଷମ ହୋଇଛି । ଆତଙ୍କବାଦୀଙ୍କଠାରୁ ବୋମା, ଗ୍ରେନେଡ ଏବଂ ସ୍ୱୟଂଚାଳିତ ବନ୍ଧୁକ ଜବତ ହୋଇଛି । ଏହି ଆତଙ୍କବାଦୀମାନେ ମୋଟର ସାଇକଲରେ ବୋମା ଖଞ୍ଜି ଆକ୍ରମଣ କରିଥାନ୍ତେ ଏବଂ କେତେକ ସ୍ଥାନରେ ସୁରକ୍ଷା ବାହିନୀ ଉପରକୁ ଆଖିବୁଜା ଗୁଳିମାଡ଼ ପାଇଁ ମଧ୍ୟ ଯୋଜନା ହୋଇଥିଲା । ଆତଙ୍କବାଦୀଙ୍କ କେତେକ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।
Powered by Froala Editor