ପତକା ଉତୋଳନ ବେଳେ ଅଘଟଣ: ହୋମଗାର୍ଡ ମୃତ, କନଷ୍ଟେବଳ ଗୁରୁତର

ଭୁବନେଶ୍ୱର: ଆଜି ସାରା ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ବିଭିନ୍ନ ସ୍ଥାନରେ ଜାତୀୟ ପତକା ଉତ୍ତୋଳନ କରାଯାଇଛି । ତେବେ ଏହି ପତକା ଉତ୍ତୋଳନ ବେଳେ ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ ଫାଣ୍ଡି ପରିସରରେ ଏକ ବଡ଼ ଅଘଟଣ ଘଟିଛି ।
ପତକା ଉତ୍ତେଳନ ପାଇଁ ଖୁଣ୍ଟ ପୋତିବା ବେଳେ ଏକ ବଡ଼ ଅଘଟଣ ଘଟିଛି । ବିଦୁ୍ୟତ ସଂସ୍ପର୍ଶରେ ଆସି ଜଣେ ହୋମଗାର୍ଡଙ୍କ ମୃତୁ୍ୟ ହୋଇଥିବାବେଳେ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି । ଲୁହା ଖୁଣ୍ଟ ପୋତିବା ବେଳେ ଉଭୟ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଥିଲେ ।
ଫଳରେ ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତୁ୍ୟ ହୋଇଥିବା କନଷ୍ଟେବଳଙ୍କୁ ଏମସ ସ୍ଥାନାନ୍ତର କରାଯାଇଛି ।
Powered by Froala Editor