ଲାଲକିଲ୍ଲାରୁ ଏହି ଆହ୍ୱାନ ଦେଲେ ମୋଦୀ

ନୂଆଦିଲ୍ଲୀ: ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। କେହି ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ତାହା ହିଁ ଆମର ଉଦ୍ଦେଶ୍ୟ ରହିଛି। ଏହାସହିତ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ପାଇଁ ଲାଲକିଲାରୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
‘ବର୍ଷ ବର୍ଷ ଧରି ଭାରତ ସ୍ୱାଧୀନତା ପାଇବା ପାଇଁ ସଂଘର୍ଷ କରିଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଜୀ ହୁଅନ୍ତୁ ଅବା ଦେଶକୁ ଏକଜୁଟ ରାଷ୍ଟ୍ର ପରିଣତ କରିବା ସରଦାର ପଟେଲ ହୁଅନ୍ତୁ ଅଥବା ଭାରତକୁ ଭବିଷ୍ୟତର ପଥ ଦେଖାଇଥିବା ବାବା ସାହେବ ଆମ୍ବେଦକର, ଦେଶ ଏହିପରି ପ୍ରତ୍ୟେକ ମହାନ ବ୍ୟକ୍ତିତ୍ୱଙ୍କୁ ମନେ ରଖିଛି। ଦେଶ ଏ ସମସ୍ତଙ୍କ ଋଣି।’ ଆଜି ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି ଦେଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲାରୁ ପତକା ଉତ୍ତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରି ଏଭଳି କହିଛନ୍ତି।
Powered by Froala Editor