ହାଇତିରେ ଭୂକମ୍ପ, ୩୦୦ ମୃତ
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ହାଇତିରେ ଶନିବାର (ଅଗଷ୍ଟ ୧୪) ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ୭.୨ ତୀବ୍ରତାର ଭୂକମ୍ପ ଯୋଗୁଁ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଶକ୍ତିଶାଳୀ ଭୂକମ୍ପରେ ହଜାର ହଜାର ଲୋକ ନିଖୋଜ ଥିବା ଅନୁମାନ କରାଯାଉଛି । ପେଟିଟ ସହର ଠାରୁ ୮ କିଲୋମିଟର ଦୂର ଏବଂ ପୋର୍ଟ-ଓ-ପ୍ରିନ୍ସଠାରୁ ପାଖାପାଖି ୧୫୦ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାଯାଇଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂକମ୍ପ ଯୋଗୁଁ ୧୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ହାଇତିର ପ୍ରଧାନମନ୍ତ୍ରୀ ଆରିଏଲ ହେନରୀ ଦେଶରେ ଜରୁରୀକାଳୀନ ଘୋଷଣା କରିଛନ୍ତି । ଦେଶରେ ଜରୁରୀକାଳୀନ ଏକ ମାସ ପାଇଁ ଜାରି ରହିବ । ସେ କହିଛନ୍ତି ଯେ, ଭୂକମ୍ପ ଦକ୍ଷିଣ-ପୂର୍ବାଚଂଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।
Powered by Froala Editor