ଆଜି ଆସିବ +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ
ଭୁବନେଶ୍ବର: ଆଜି ଆସିବ +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ ।orissaresults.nic.in ୱେବସାଇଟରେ ପ୍ରକାଶ ପାଇବ ଫଳ । ଆଜି ଦିନ ଗୋଟାଏରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)ପକ୍ଷରୁ ସୂଚନା ମିଳିଛି ।
ଗତ ଜୁଲାଇ ୩୧ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଫଳାଫଳ ପ୍ରକାଶ ପାଇ ଥିବାବେଳେ ଆଜି କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ । ଚଳିତ ବର୍ଷ କଳାରେ ୨ ଲକ୍ଷ ଏବଂ ଧନ୍ଦାମୂଳକରେ ୪ ହଜାର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ । (CHSE) ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ଫଳାଫଳ ।କଳା ଓ ଧନ୍ଦାମୂଳକ ବିଭାଗରେ ଛାତ୍ରଛାତ୍ରୀ ସଂଖ୍ୟା ଅଧିକ ଥିବାରୁ ମୂଲ୍ୟାୟନ ପାଇଁ ଅଧିକ ସମୟ ମାଗିଥିଲା ବିଭାଗ । ସେହିପରି କୋରୋନା ପାଇଁ ପରୀକ୍ଷା ବାତିଲ୍ କରାଯାଇ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଫଳ ପ୍ରକାଶ ପାଇବ । ତେବେ ଏଥର ବିନା ପରୀକ୍ଷାରେ ପୂର୍ବ ପ୍ରଦର୍ଶନ ଅନୁଯାୟୀ ଅର୍ଥାତ୍ ଦଶମ ଶ୍ରେଣୀର ପ୍ରଦର୍ଶନ ଅନୁଯାୟୀ ମାର୍କ ଦିଆଯିବ ।ପରୀକ୍ଷା ଫଳ ପ୍ରକାଶ ପ୍ରାଥମିକ ପର୍ୟ୍ୟାୟରେ ଜୁଲାଇ ୩୧ ଓ ଦ୍ୱିତୀୟ ପର୍ୟ୍ୟାୟରେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ମଧ୍ୟରେ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ।
Powered by Froala Editor