କୋର୍ଟକୁ ଆସିଲେନି ବର୍ଷା, ଅନୁଭବ, ୧୮ରେ ପରବର୍ତ୍ତୀ ଶୁଣାଣି
କଟକ: କଟକ ପରିବାର ଅଦାଲତରେ ଆଜି ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁପସ୍ଥିତ ଥିଲେ । ଦିଲ୍ଲୀରେ ଥିବାରୁ ଅନୁଭବ ଆସି ପାରି ନ ଥିବାବେଳେ ବର୍ଷା ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହିଥିବା ନେଇ ଉଭୟ ପକ୍ଷଙ୍କ ଓକିଲ ଅଦାଲତଙ୍କୁ ଅବଗତ କରିଥିଲେ । ଏଭଳି ସ୍ଥିତିରେ ଛାଡ଼ପତ୍ର ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରାଯାଇଛି । ପରବର୍ତ୍ତୀ ଶୁଣାଣି ସମୟରେ ଉଭୟ ବର୍ଷା ଓ ଅନୁଭବ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ । ଏଠାରେ ଉଲ୍ଲେଖଯୋଗ୍ୟ, ଜୁଲାଇ ୧୬ରେ କଟକ ପରିବାର ଅଦାଲତରେ ଛାଡପତ୍ର ମାମଲାର ଶୁଣାଣି ସମୟରେ ପୂର୍ବ ନିଦେ୍ର୍ଧଶ ଅନୁସାରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ । କିନ୍ତୁ ବର୍ଷା ଆସି ନଥିଲେ । ଫଳରେ ମାମଲାର ଶୁଣାଣି ଅଗଷ୍ଟ ୧୦କୁ ଧାର୍ଯ୍ୟ କରାଯାଇଥିଲା । ଏହାପରେ ଜୁଲାଇ ୨୦ରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରିବାର ଅଦାଲତରେ ବିଚାରାଧୀନ ଛାଡ଼ପତ୍ର ଆବେଦନର ଶୁଣାଣି ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ଶେଷ କରିବାକୁ ନିଦେ୍ର୍ଧଶ ଦିଆଯାଉ ବୋଲି ଦର୍ଶାଇ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନୁଭବଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି ।
Powered by Froala Editor