୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜରେ ଥିବା ପିଜି ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୨୩ ତାରିଖରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅନୁଷ୍ଠିତ ହେବ । ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ୩ଟି ସିଟିଂରେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଅନୁଷ୍ଠିତ ହେବାକୁ ଥିବା ବେଳେ ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ମଧ୍ୟରେ ଦ୍ୱିତୀୟ ଓ ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ତୃତୀୟ ସିଟିଂ ପରୀକ୍ଷା ହେବ । କେଉଁ ଦିନ କେଉଁ ବିଷୟର ପରୀକ୍ଷା କରାଯିବ ସେନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ନାମଲେଖା ଲାଗି ଏବେ ଆବେଦନ ପ୍ରକ୍ରିୟା ଜାରି ରହିଛି । ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଆବେଦନ କରି ସାରିଛନ୍ତି । ଆଶାୟୀମାନେ ୧୪ ତାରିଖ ଯାଏ ସାମସ ୱେବସାଇଟ ଙ୍ଗଙ୍ଗଙ୍ଗ.ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ମାଧ୍ୟମରେ ଆବେଦନ କରିପାରିବେ । ପ୍ରବେଶିକା ପରୀକ୍ଷା ପାଇଁ ଅଗଷ୍ଟ ୨୦ରେ ସାମସ ୱେବସାଇଟରେ ହଲ ଟିକେଟ ଉପଲବ୍ଧ ହେବ । ଅକ୍ଟୋବର ୧୨ରେ ରାଜ୍ୟସ୍ତରୀୟ ବିଷୟଭିତ୍ତିକ ମେଧା ତାଲିକା ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀ ୧୨ରୁ ୧୭ତାରିଖ ମଧ୍ୟରେ ଚଏସ ଫିଲିଂ କରିପାରିବେ । ୨୨ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ ଆଲଟମେଣ୍ଟ ତାଲିକା ପ୍ରକାଶ ସହ ୨୮ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ଅନୁଷ୍ଠିତ ହେବ । ପରୀକ୍ଷାଫଳ ପାଇଁ ଅପେକ୍ଷାରତ ଛାତ୍ରଛାତ୍ରୀ ମଧ୍ୟ ଅନଲାଇନରେ ଆବେଦନ କରି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ତେବେ ବିଷୟଭିତ୍ତିକ ଓ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରସ୍ତୁତ ଲାଗି ସେମାନଙ୍କୁ ନର୍ଦ୍ଧାରିତ ସମୟ ସୁଦ୍ଧା ମାର୍କ ଦାଖଲ କରିବାକୁ ହେବ । ଯଦି ସେମାନେ ମାର୍କ ଦାଖଲ କରିବାରେ ବିଫଳ ହୁଅନ୍ତି, ତାଙ୍କ ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
Powered by Froala Editor