ଅଗଷ୍ଟ ୧୭ ଯାଏ ଓଜେଇଇ ଆବେଦନ ବୃଦ୍ଧି
ଭୁବନେଶ୍ୱର: ବି.ଟେକ ପାଠ୍ୟକ୍ରମରେ ନାମଲେଖା ଲାଗି ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ । ଏଥିପାଇଁ ଜାରି ରହିଥିବା ଆବେଦନ ପ୍ରକ୍ରିୟାର ସମୟ ଅବଧିକୁ ବୃଦ୍ଧି କରାଯାଇଛି । ଆବେଦନର ଶେଷ ତାରିଖ ଅଗଷ୍ଟ ୧୦ ଧାର୍ଯ୍ୟ ହୋଇଥିଲା । ଏବେ ତାହାକୁ ୧୭ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆବେଦନକାରୀ ଛାତ୍ରଛାତ୍ରୀ ୧୮ ତାରିଖ ସୁଦ୍ଧା ଫି’ ଦାଖଲ କରିପାରିବେ । ଯଦି କୌଣସି ଛାତ୍ରଛାତ୍ରୀ ଆବେଦନପତ୍ରରେ କିଛି ସଂଶୋଧନ କରିବାକୁ ଚାହୁଁଛନ୍ତି, ସେମାନେ ଏହି ସମୟ ମଧ୍ୟରେ ଓଜେଇଇ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ସଂଶୋଧନ କରିପାରିବେ । ଏହାପରେ ସମୟରେ ଆଉ କୌଣସି ପରିବର୍ତ୍ତନ ହେବ ନାହିଁ । ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ www.ojee.nic.inକୁ ନିୟମିତ ଭାବେ ଦେଖିବାକୁ ପରାମର୍ଶ ଦିଆଯାଇଛି ।
Powered by Froala Editor