ବଦଳିବ ନବମ ଓ ଦଶମ ପରୀକ୍ଷା ଢାଂଚା
ଭୁବନେଶ୍ୱର : କରୋନା ଅନେକ ନୂଆ ଶିକ୍ଷା ଦେଇଛି । ସ୍କୁଲ ବନ୍ଦ ହେଲେ ଯେଭଳି ଅନଲାଇନ ପରୀକ୍ଷା ହେଉଛି ଠିକ ସେମିତି କୌଣସି ପ୍ରକାର ବାର୍ଷିକ ପରୀକ୍ଷା ନହେଲେ ପିଲା କିଭଳି ମାର୍କ ପାଇବେ ସେନେଇ ବୋଡର଼୍ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ।
ଗତବର୍ଷ କରୋନା ଯୋଗୁଁ ଦଶମ ପରୀକ୍ଷା ବାତିଲ ହୋଇଥିଲା । ସ୍କୁଲ ପରୀକ୍ଷା ଆଧାରରେ ମୂଲ୍ୟାୟନ କରାଯାଇଥିଲେ ବି ତାହାକୁ ନେଇ ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଥିଲେ । କିନ୍ତୁ ଆଉ ବୋଡର଼୍ ଆଗକୁ କୌଣସି ରିସ୍କ ନେବାକୁ ଚାହୁଁନାହିଁ । କରୋନା କେବେ ସରିବ ତାହା କାହାକୁ ଜଣାନାହିଁ । ଏବେ ଭାରତରେ ଦ୍ୱିତୀୟ ଲହର ଚାଲିଥିବାବେଳେ ଅନେକ ଦେଶରେ ଚତୁଥଁ ଲହର ଆରମ୍ଭ ହୋଇସାରିଲାଣି ।
ଏସବକୁ ଆଖି ଆଗରେ ରଖି ବୋର୍ଡ ପକ୍ଷରୁ ନବମ ଓ ଦଶମ ପରୀକ୍ଷା ଢ଼ାଂଚା ବଦଳାଇବାକୁ ନିଷ୍ପତି ନେଇଛି । ଏସଂକ୍ରାନ୍ତରେ ବୋଡର଼୍ର ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତିଯେ, ଗତବର୍ଷ କରୋନା ପାଇଁ ଯେଭଳି ସିଲାବସ କମିଥିଲା ଏବେବି ସେଇ ବ୍ୟବସ୍ଥା ଜାରିରହିବ । ତେବେ ସାହିତ୍ୟରେ ବନେ୍ଦ ଉକôଳ ଜନନୀ ଓ ଅର୍ଥନୀତିରେ ଫାଇନାନ୍ସ ମ୍ୟାନେଜମେଂଟ ବ୍ୟବସ୍ଥା ଲାଗୁ କରାଯିବ । ନବମ ଓ ଦଶମ ପାଠପଢ଼ା ବେଳେ ୪ଟି ଛୋଟ ପରୀକ୍ଷା ଓ ୨ଟି ବଡ଼ ପରୀକ୍ଷା ରହିବ । ବାର୍ଷିକ ପରୀକ୍ଷା ବାତିଲ ହେଲେ ପରୀକ୍ଷାର୍ଥି ଦେଇଥିବା ପରୀକ୍ଷା ଆଧାରରେ ମାର୍କ ମିଳିବ । ଶିକ୍ଷାବିତଙ୍କ ସହ ଆଲୋଚନା କରିବା ପରେ ବୋଡର଼୍ ପକ୍ଷରୁ ସ୍କିମ ଆସେସମେଂଟ ବ୍ୟବସ୍ଥା କରାଯାଇଛି । ଚଳିତ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ ।
Powered by Froala Editor