ସେପ୍ଟେମ୍ବର ୧୩ରେ ଯୁକ୍ତ ଦୁଇ ମେଧା ତାଲିକା
ଭୁବନେଶ୍ୱର: ଯୁକ୍ତ୨ କଳା, ବିଜ୍ଞାନ, ବାଣଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ସେପ୍ଟେ୍ଟମ୍ବର୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସେପ୍ଟେ୍ଟମ୍ବର ୧୩ ପୂର୍ବାହ୍ନରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ଏବଂ ୧୪ରୁ ୨୧ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ସେପ୍ଟେ୍ଟମ୍ବର ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ କରାଯିବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେ୍ଟମ୍ବର ୨୯ରୁ ଅକ୍ଟୋବର ୧ ମଧ୍ୟରେ ହେବ । ଅକ୍ଟୋବର ୪ରେ ସ୍ପଟ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ । ୫ ତାରିଖ ଅପରାହ୍ନ ୨ଟା ସୁଦ୍ଧା ସ୍ପଟ ନାମଲେଖା ଲାଗି ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ । ସେହିଦିନ ଅପରାହ୍ନ ୫ଟାରେ ସ୍ପଟ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ ଏବଂ ୭ ତାରିଖରେ ନାମଲେଖା ଅନୁଷ୍ଠିତ ହେବ । ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୬ଟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ସାମସ ଇ-ସ୍ପେସରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ଟୋଲ ଫ୍ରି ନମ୍ବର (୧୫୫୩୩୫, ୧୮୦୦-୩୪୫-୬୭୭୦) ଜାରି କରାଯାଇଛି ।
Powered by Froala Editor