୨୪ ଘଣ୍ଟାରେ ରାଜ୍ୟରେ ୧୦୭୮ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୭୮ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ ୬୨୬ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୫୨ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୨୬, ବାଲେଶ୍ୱରରୁ ୪୫, ବରଗଡରୁ ୬, ଭଦ୍ରକରୁ ୨୫, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୧୪୭, ଦେବଗଡରୁ ୪, ଢେଙ୍କାନାଳରୁ ୧୬, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୫୮, ଯାଜପୁରରୁ ୫୮, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୬, କେନ୍ଦ୍ରାପଡାରୁ ୫୧, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୩୭୨, ମାଲକାନାଗିରିରୁ ୫, ମୟୂରଭଞ୍ଜରୁ ୩୫,ନବରଙ୍ଗପୁରରୁ ୧, ନୟାଗଡରୁ ୨୬, ନୂଆପଡାରୁ ୫, ପୁରୀରୁ ୪୮, ରାୟଗଡାରୁ ୪, ସମ୍ବଲପୁରରୁ ୧୨, ସୋନପୁରରୁ ୫, ସୁନ୍ଦରଗଡରୁ ୬ ଓ ରାଜ୍ୟପୁଲରୁ ୮୩ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor