୧୨ରୁ +୨ ନାମଲେଖା ପାଇଁ ଆବେଦନ, ବଢ଼ିବନି ନାମଲେଖା ଦେୟ
ଭୁବନେଶ୍ୱର; ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଆସନ (ସିଟ) ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି । ରାଜ୍ୟର ମୋଟ ୮ ଶହ କନିଷ୍ଠ ମହାବିଦ୍ୟାଳୟରେ ୫୫ ହଜାର ଯୁକ୍ତ ଦୁଇ ଆସନ ବଢ଼ାଇବାକୁ ଅନୁମତି ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତା ୧୨ ରୁ ପ୍ରକି୍ରୟା ଆରମ୍ଭ ହେବ । ଛାତ୍ରଛାତ୍ରୀ ଅନଲାଇନ (ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ) ରେ +୨ ନାମଲେଖା ପାଇଁ ଆସନ୍ତା ୧୨ ରୁ ଆବେଦନ କରିପାରିବେ । ଅନ୍ୟପକ୍ଷରେ ସରକାର ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଏହି ସିଟ ବୃଦ୍ଧି କରିଛନ୍ତି । ୮ ଶହ କନିଷ୍ଠ ମହାବିଦ୍ୟାଳୟ ୭୨ ହଜାର ଆସନ ବଢ଼ାଇବାକୁ ଆବେଦନ କରିଥିଲେ । ତେବେ ଭିତ୍ତିଭୂମି ପର୍ଯ୍ୟାପ୍ତ ନଥିବାରୁ ସବୁ ଶିକ୍ଷାନୁଷ୍ଠାନକୁ ଅନୁମତି ଦିଆଯାଇଛି । ଆସନ ବୃଦ୍ଧି ହୋଇଥିଲେ ମଧ୍ୟ କୌଣସି ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଚଳିତ ବର୍ଷ ନାମଲେଖା ଦେୟ ବଢ଼ାଇପାରିବନି । ଗତ ବର୍ଷ ଯାହା ଦେୟ ଥିଲା ଚଳିତ ବର୍ଷ ମଧ୍ୟ ତାହା ଅପରିବର୍ତ୍ତିତ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ୧୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ କମିଟି ବିଭିନ୍ନ ଶିକ୍ଷାନୁଷ୍ଠାନର ସ୍ଥିତି ଏବଂ ଭିତ୍ତିଭୂମି ଯାଞ୍ଚ କରିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ଓ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ ସମିତି (ହାଇ ପାୱାର କମିଟି)ର ବୈଠକରେ ଆସନ ବୃଦ୍ଧି ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଇଛି ।
Powered by Froala Editor