ଏମିତି କରନ୍ତୁ କାଳିଆ ଛାତ୍ରବୃତି ପାଇଁ ଆବେଦନ
ଭୁବନେଶ୍ୱର : କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଓ ଭୂମିହୀନ କୃଷକ ପରିବାରଙ୍କ ସନ୍ତାନ୍ତ ସନ୍ତତିଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଆରମ୍ଭ ହୋଇଛି । ଏଥିପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାରୀ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ବୃତ୍ତିଗତ ତଥା ବୈଷୟିକ ଶିକ୍ଷାରେ ସ୍ନାତକ, ଡିପ୍ଲୋମା, ଆଇଟିଆଇର ଯୋଗ୍ୟ ଛାତ୍ରଛାତ୍ରୀ ଅନଲାଇନ http:/cholarship.odisha.gov.in ମାଧ୍ୟମରେ ଆବେଦନ କରିପାରିବେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ହେଲପ ଲାଇନ ନମ୍ବର ୧୫୫୩୨/୧୮୦୦-୩୪୫-୬୭୭୦ ଓ scholarshipagri@gmail.com ଜାରି ହୋଇଛି ।
Powered by Froala Editor