ତୃତୀୟ ଲହର, ଶିଶୁଙ୍କ ଚିକିତ୍ସା ନେଇ ତାଲିମ ଆରମ୍ଭ
ଭୁବନେଶ୍ୱର: ରାଜ୍ୟରେ ତୃତୀୟ ଲହର ବେଶି ମାତ୍ରାରେ ପ୍ରଭାବ ପକାଇବା ଆଶଙ୍କା କମ୍। ହେଲେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବା ସମ୍ଭାବନା ରହିଛି। ଆଉ ଏନେଇ ପ୍ରସ୍ତୁତ ରହିଛି ସ୍ୱାସ୍ଥ୍ୟ ବିଭାଗ। ଶିଶୁ ସଂକ୍ରମିତ ହେବା ଆଶଙ୍କା ଥିବାବେଳେ ଏଥିପାଇଁ ସରଞ୍ଜାମ, ମାନବସମ୍ଵଲ, ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି। ଆଜିଠୁ ଶିଶୁଙ୍କ ଚିକିତ୍ସା ନେଇ ତାଲିମ ଆରମ୍ଭ ହୋଇଛି। ଆଗଧାଡ଼ିର ଯୋଦ୍ଧା, ଅଙ୍ଗନବାଡି, ଆଶାଦିନି ମାନଙ୍କର ତାଲିମ ଶେଷ ହୋଇଛି। ଆଜିଠୁ ହସ୍ପିଟାଲ ଦାୟିତ୍ୱରେ ଯେଉଁମାନେ ସଂଶ୍ଲିଷ୍ଟ ରହିବେ ସେମାନଙ୍କୁ ୬ଟି ବ୍ୟାଚରେ ତାଲିମ ଆରମ୍ଭ ହୋଇଛି। ଆଗକୁ ଶିଶୁ ମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ କିପରି ସଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।
Powered by Froala Editor