ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିଶ୍ୱ ଜନଜାତି ଦିବସ ପାଳନ
ଭୁବନେଶ୍ୱର: ଆଜି ବିଶ୍ୱ ଜନଜାତି ଦିବସ। ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବିଶେଷ କାର୍ୟ୍ୟକ୍ରମ। କୋଭିଡ ନିୟମ ଅନୁସାରେ ଦଳୀୟ ମୁଖ୍ୟ କାର୍ୟ୍ୟାଳୟ ଠାରେ ପାଳନ ଜନଜାତି ଦିବସ କରାଯାଉଛି। ପ୍ରତିବର୍ଷ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଅଧିକାର ଓ ବିକାଶ ପାଇଁ ଏହି ଦିନରେ ବିଶେଷ ଖସଡ଼ା ପ୍ରସ୍ତୁତ କରାଯାଇଥାଏ। କେହି ରହିବେ ନାହିଁ ପଛରେ, ଏହାକୁ ମୂଳ ମନ୍ତ୍ର କରି ବିଭିନ୍ନ ସ୍ଥାନରେ ବିଶ୍ୱ ଜନଜାତି ଦିବସ ପାଳନ କରାଯାଏ। ୨୧ ବର୍ଷ ଶାସନ କାଳରେ ନବୀନ ସରକାର ଆଦିବାସୀ ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। ଯାହା ତାଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ବେଶ ସହାୟକ ହୋଇଛି।
୬୨ ପ୍ରକାର ଭିନ୍ନ ଜନଜାତି ଲୋକ ଓଡ଼ିଶାରେ ବସବାସ କରୁଛନ୍ତି । ଆଦିବାସୀଙ୍କ ପୁରାତନ ସଂସ୍କୃତିର ସୁରକ୍ଷାକୁ ସବୁବେଳେ ଆମେ ପ୍ରାଥମିକତା ଦେଇ ଆସୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ‘ବିଶ୍ୱ ଜନଜାତି ଦିବସରେ, ଆମେ ଆଦିବାସୀଙ୍କ ଅନନ୍ୟ ସଂସ୍କୃତି, ଭାଷା, ପରମ୍ପରା ଆମ ସାଂସ୍କୃତିକ ବିବିଧତାକୁ ନେଇ ଉତ୍ସବ ମନାଉଛୁ ।’
Powered by Froala Editor