ନିଟ୍ ୟୁଜି ଆବେଦନର ଶେଷ ଦିବସ ଘୁଞ୍ଚିଲା
ଭୁବନେଶ୍ୱର: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅନୁରୋଧ ପରେ ନିଟ୍ ୟୁଜି ଆବେଦନର ଶେଷ ଦିବସକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୧୦ ତାରିଖ ରାତି ୯ଟା ୫୦ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ୍ରେ ଆବେଦନ କରିପାରିବେ ବୋଲି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି ।
ସେହିପରି ୧୦ ତାରିଖ ରାତି ୧୧ଟା ୫୦ ପର୍ୟ୍ୟନ୍ତ ଅନଲାଇନ୍ରେ ଫି’ ଦାଖଲ କରିହେବ । ୧୧ ରୁ ୧୪ ତାରିଖ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ୍ରେ ଦରଖାସ୍ତ ସଂଶୋଧନ କରିପାରିବେ ବୋଲି ଏନଟିଏ ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରାସର କହିଛନ୍ତି । ଛାତ୍ରଛାତ୍ରୀମାନେ www.nta.ac.in କିମ୍ବା neet.nta.nic.inରେ ପ୍ରକାଶ ପାଉଥିବା ବିଭିନ୍ନ ସୂଚନା ସମ୍ପର୍କରେ ଅବଗତ ହେବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ୦୧୧-୪୦୭୫୯୦୦ରେ ଯୋଗାଯୋଗ କରିପାରିବେ ବୋଲି ଡ. ପରାସର କହିଛନ୍ତି ।
ଅପରପକ୍ଷେ ଏନ୍ଟିଏ କର୍ତ୍ତୃପକ୍ଷ ବିଏସ୍ସି ନର୍ସିଂ ଓ ବିଏସସି (ଅନର୍ସ) ନର୍ସିଂ ଆଶାୟୀମାନଙ୍କୁ ପଢ଼ିବା ପୂର୍ବରୁ ଶିକ୍ଷାନୁଷ୍ଠାନର ୱେବସାଇଟ୍ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି । କିଛି ଶିକ୍ଷାନୁଷ୍ଠାନ ନିଜସ୍ୱ ପ୍ରବେଶିକା ପରୀକ୍ଷା କରୁଥିବା ବେଳେ ଅନ୍ୟ କିଛି ଶିକ୍ଷାନୁଷ୍ଠାନ ନିଟ୍ ୟୁଜି ର୍ୟାଙ୍କଧାରୀ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଉଛନ୍ତି । ତେଣୁ ସେଥିପାଇଁ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ ହେବାକୁ ଏନଟିଏ ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ପରାସର କହିଛନ୍ତି ।
Powered by Froala Editor