ଆତ୍ମାହୁତି ନିଷ୍ପତ୍ତିରୁ ଓହରିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି
ଭୁବନେଶ୍ୱର : ଆତ୍ମାହୁତି ନିଷ୍ପତ୍ତିରୁ ଓହରିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ମା’-ମାଟି ଆଗ, ପାର୍ଟି ପଛ। କୋଟିଆ ପ୍ରସଙ୍ଗରେ ନିଜ ଦାବିକୁ ନେଇ ତାରା ପ୍ରସାଦ ଆତ୍ମାହୁତି ଧମକ ଦେଇଥିଲେ। କୋଟିଆ ପ୍ରସଙ୍ଗରେ ଆଲୋଚନା ପାଇଁ ସମୟ ମିଳିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ନିଷ୍ପତ୍ତିରୁ ଓହରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଏଥିପାଇଁ ଅତିରିକ୍ତ ୪୫ ମିନିଟ୍ ସମୟ ମଧ୍ୟ ମିଳିଥିବା ସେ କହିଛନ୍ତି।
ତାରାଙ୍କ କହିବା ଅନୁଯାୟୀ, ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବା ପାଇଁ ସମ୍ମତି ପାଇଥିଲେ। ଗତକାଲି ବାଚସ୍ପତି ସେହି ସମ୍ମତି ଅନୁଯାୟୀ ଆଲୋଚନାର ସୁଯୋଗ ଦେଇଥିବାରୁ ସେ ଆତ୍ମାହୁତି ନିଷ୍ପତ୍ତିରୁ ଓହରିଥିବା କହିଛନ୍ତି। ପୂର୍ବରୁ କୋଟିଆ ପ୍ରସଙ୍ଗରେ ତାରା ବାହିନୀପତି ଆତ୍ମାହୁତି କରିବାକୁ କହିଥିଲେ । ମା, ମାଟି ଆଗ ପାର୍ଟି ପଛ ।
Powered by Froala Editor