ବିଧାନସଭା ପରିସରରେ ବାଚସ୍ପତି କରାଇଲେ ଶପଥ ପାଠ
ଭୁବନେଶ୍ଵର: ସମ୍ବିଧାନ ଦିବସ । ନଭେମ୍ବର ୨୬ ହେଉଛି ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ । କାରଣ ଏହି ଦିନ ପ୍ରତିବର୍ଷ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ । ୨୬ ନଭେମ୍ବର ୧୯୪୯ରେ ସ୍ୱାଧୀନ ଭାରତ ଦେଶର ସମ୍ବିଧାନ ସଭା ବର୍ତ୍ତମାନର ସମ୍ବିଧାନକୁ ବିଧିବଦ୍ଧ ଭାବେ ଆପଣାଇଥିଲେ । ଏହାର ୨ ମାସ ପରେ ୨୬ ଜାନୁଆରୀ ୧୯୫୦ରେ ଦେଶବ୍ୟାପୀ ସମ୍ବିଧାନକୁ କାର୍ଯ୍ୟକାରୀ ହୋଇଥିଲା । ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ କର୍ତ୍ତବ୍ୟ ଯାହା ଆମକୁ ଆମ ଦାୟିତ୍ୱକୁ ମନେ ପକାଇଥାଏ । ଏହି ଅବସରରେ ଆଜି ଓଡ଼ିଶା ବିଧାନସଭା ପରିସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସମ୍ବିଧାନର ଶପଥ ପାଠ କରାଉଛନ୍ତି ।
Powered by Froala Editor