୭୮ ଘଣ୍ଟା ୩ ମିନିଟ୍ ଧରି ହେଲା ରତ୍ନ ଗଣତି
ପୁରୀ: ଦୁଇ ଦିନ ଧରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ପୁର୍ନବାର ଆରମ୍ଭ ହୋଇଛି। ମାର୍ଗଦର୍ଶିକା ଆଧାରରେ କେବଳ ଅନୁମୋଦିତ ବ୍ୟକ୍ତି ରତ୍ନଭଣ୍ଡାର ଭିତରକୁ ଯିବେ । ଭଣ୍ଡାର ଘରେ ପ୍ରବେଶ କରି ଗଣତିମଣତିରେ ସାମିଲ ହେବେ। ଏଥର ସମ୍ଭବତଃ ଖଟ ଶେଜ ଘର କାଠ ବାକ୍ସ ଅଳଙ୍କାର ଗଣତିମଣତି କରାଯିବ। ମହାକାର୍ତ୍ତିକ ଏବଂ ପଞ୍ଚୁକ ନୀତି ବହୁଳ କାର୍ଯ୍ୟକ୍ରମ ଯୋଗୁଁ ଗଣତି ପ୍ରକ୍ରିୟା ସାମୟିକ ଭାବେ ବନ୍ଦ ରହିଥିବାବେଳେ ପଞ୍ଚକ ପରେ ଏହା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକ ଆଧାରରେ ୨୦୨୫ ମାର୍ଚ୍ଚ ୨୫ ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ୍ ସାମଗ୍ରୀର ଗଣତିମଣତି କାର୍ଯ୍ୟ ଆରମ୍ଭ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ବର୍ତ୍ତମାନ୍ ସୁଦ୍ଧା ମୋଟ୍ ୭୮ ଘଣ୍ଟା ୩ ମିନିଟ୍ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇସାରିଛି।
Powered by Froala Editor