ଠକେଇ ଅଭିଯୋଗ: ବନ୍ଧା ହେଲେ ପ୍ରବଚକ ଶରଣାବିନ୍ଦ ଓଝା
ଭୁବନେଶ୍ୱର : ଠକେଇ ଅଭିଯୋଗରେ ଗିରଫ ହେଲେ ପ୍ରବଚକ ଶରଣାବିନ୍ଦ ଓଝା। ୧୧ ଲକ୍ଷ ଟଙ୍କା ଠକେଇ ମାମଲାରେ ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଏକ ଡକୁମେଣ୍ଟାରି ତିଆରି କରିବାର ପ୍ରତିଶ୍ରୁତି ଦେଇ ଜଣେ ଡାକ୍ତରଙ୍କ ଠାରୁ ସେ ଏହି ଠକେଇ କରିଥିବା ଅଭିଯୋଗ ହୋଇଛି। ସେ ଟଙ୍କା ନେବା ପରେ ଡକୁମେଣ୍ଟାରି ତିଆରି କରିନଥିବାରୁ ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି।
Powered by Froala Editor