ପୀତବାସ ପଣ୍ଡାଙ୍କ ସାନଭାଇଙ୍କ ପରଲୋକ
ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୋଗକାରୀ ତଥା ପୀତବାସଙ୍କ ନିଜ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା(୪୮)ଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଟ୍ୟୁମର ଅସ୍ତ୍ରୋପଚାର ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବିଜେପି ନେତା ପୀତବାସ ପଣ୍ଡାଙ୍କୁ ୨୦୨୫ ମସିହାରେ କୁମାର ପୂର୍ଣ୍ଣମୀ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା ।
ଏହି ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମେତ ୧୬ ଅଭିଯୁକ୍ତ ଗିରଫ ହୋଇଥିଲେ । ନିକଟରେ ବିକ୍ରମ ଜାମିନରେ ଆସିଛନ୍ତି। ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆସନ୍ତା ୨୭ ତାରିଖରେ ମାମଲାର ଶୁଣାଣି ହେବ। ବିକ୍ରମ ପଣ୍ଡା ଓ ଅଭିଯୋଗକାରୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି।
Powered by Froala Editor