ଭୁବନେଶ୍ୱରରେ ଆୟୋଜିତ ହେବ AIMLTAର ଜାତୀୟ ସମ୍ମିଳନୀ, ଯୋଗଦେବେ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି
ଭୁବନେଶ୍ୱର: ଅଲ ଇଣ୍ଡିଆ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟ ଆସୋସିଏସନ୍ ର ଓଡ଼ିଶା ଶାଖା ତରଫ ରୁ ଭୁବନେଶ୍ୱର ର ବରମୁଣ୍ଡା ମା କାଳୀ ମନ୍ଦିର ପ୍ରାଙ୍ଗଣରେ ଦ୍ୱିତୀୟ କୋର୍ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ସଭାର ଆରମ୍ଭରୁ ବିଭିନ୍ନ ହସ୍ପିଟାଲରୁ ଆସିଥିବା ୧୫୦ ରୁ ଉର୍ଦ୍ଧ୍ବ ମେଡିକାଲ ଟେକ୍ନୋଲୋଜି ଆସିଷ୍ଟାଣ୍ଟ ପ୍ରଦ୍ମଶ୍ରୀ ଡ. ଅଶୋକ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ଅଲ୍ ଇଣ୍ଡିଆ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟ ଆସୋସିଏସନ୍ (AIMLTA) ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ (National Conference) ଆୟୋଜନ କରାଯିବାକୁ ସ୍ଥିରୀକୃତ କରାଯାଇଛି ।। ଆସନ୍ତା ଡିସେମ୍ବର ୧୯ ଓ ୨୦ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ଏହି ଜାତୀୟ ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟ ଓ ପ୍ରତିନିଧି ଯୋଗଦେବେ। ଏହି ସମ୍ମିଳନୀରେ ଆଧୁନିକ ଚିକିତ୍ସା ବିଜ୍ଞାନ, ଲାବୋରେଟୋରୀ ପରୀକ୍ଷା ପଦ୍ଧତି, ନୂତନ ଜ୍ଞାନକୌଶଳ ଏବଂ ମେଡିକାଲ୍ ଲାବୋରେଟୋରୀ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ।
ସମ୍ମିଳନୀ ମାଧ୍ୟମରେ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟମାନଙ୍କ ମଧ୍ୟରେ ଜ୍ଞାନ ଓ ଅଭିଜ୍ଞତାର ଆଦାନପ୍ରଦାନ ସହିତ ସେମାନଙ୍କ ବୃତ୍ତିଗତ ଦକ୍ଷତାର ବିକାଶ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରାଯିବ। ଆସନ୍ତା ୧୩ ଡିସେମ୍ବର ୨୦୨୬, ରବିବାର ଦିନ ସକାଳ ୬ ଟା ସମୟରେ AIMLTA National Conference ତରଫରୁ ମାରାଥନ କାର୍ଯ୍ୟକ୍ରମ ମାଷ୍ଟର୍ କ୍ୟାଣ୍ଟିନ୍ ଠାରୁ ଆରମ୍ଭ ହୋଇ ରାମମନ୍ଦିର ଯାଏଁ ଯିବାକୁ କର୍ମକର୍ତ୍ତା ମାନେ ନିଷ୍ପତି ନେଇଛନ୍ତି।
ଏହି ଜାତୀୟ ସମ୍ମିଳନୀକୁ ସଫଳ କରିବା ପାଇଁ AIMLTA ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଏହି ଆୟୋଜନ ମେଡିକାଲ୍ ଲାବୋରେଟୋରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମକର୍ତ୍ତା ଓ ଟେକ୍ନୋଲୋଜିଷ୍ଟମାନଙ୍କୁ ଏକ ମଞ୍ଚରେ ଏକତ୍ରିତ କରିବା ସହ ଏହି କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ଯୁବଶକ୍ତିର ପ୍ରତିଷ୍ଠାତା ଅମିତ୍ ମଲ୍ଲିକ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇଦେବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ।
Powered by Froala Editor