Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, November 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ...

  • ବିଜେପିକୁ ଏମିତି କହି ସମାଲୋଚନା କଲେ ...

  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ...

  • ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ...

  • ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ...

  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ...

  • ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ...

  • ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ

  • ବର୍ଷକ ମଧ୍ୟରେ ଚିନି ଦର ୧୨ରୁ ୧୩ ଟଙ୍କା ...

ରାଜ୍ୟ
Home ›› ରାଜ୍ୟ ››ସହରାଞ୍ଚଳରେ ଚାଲିଥିବା ବିକାଶମୂଳକ ପଦକ୍ଷେପ ଓ ବିଭାଗର ପ୍ରାଥମିକତାଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

ସହରାଞ୍ଚଳରେ ଚାଲିଥିବା ବିକାଶମୂଳକ ପଦକ୍ଷେପ ଓ ବିଭାଗର ପ୍ରାଥମିକତାଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

2026-11-07 07:39:21
13850
Share:
Facebook
Twitter
E-Mail
WhatsApp
Telegram
ସହରାଞ୍ଚଳରେ ଚାଲିଥିବା ବିକାଶମୂଳକ ପଦକ୍ଷେପ ଓ ବିଭାଗର ପ୍ରାଥମିକତାଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଚାଲିଥିବା ପ୍ରମୁଖ ବିକାଶମୂଳକ ପଦକ୍ଷେପ ଓ ବିଭାଗର ପ୍ରାଥମିକତାଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର। ଆଜି ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ  ବିଭାଗର ବିଭିନ୍ନ ଯୋଜନା ଓ ପ୍ରମୁଖ ପ୍ରସଙ୍ଗର ସମୀକ୍ଷା କରିଥିଲେ ।

ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ସଚିବ ଶ୍ରୀ ଗଙ୍ଗାଧର ନାୟକ ଓ ଶ୍ରୀ ବିନୟ କୁମାର ଦାଶଙ୍କ ସମେତ ବିଭାଗର ସମସ୍ତ ଅତିରିକ୍ତ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ବୈଠକରେ ଡ୍ରାଫ୍ଟ ଓଡ଼ିଶା ପାର୍କିଂ ନୀତି-୨୦୨୬, ସହରୀ ଯାତାୟାତ ଯୋଜନା , ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ଏବଂ ଜିଲ୍ଲା ସହର ଉନ୍ନୟନ ସଂସ୍ଥା ଗୁଡ଼ିକର କାର୍ଯ୍ୟଧାରା ସମେତ ବିଭାଗର ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଡ୍ରାଫ୍ଟ ଓଡ଼ିଶା ପାର୍କିଂ ନୀତି-୨୦୨୬ ସମ୍ପର୍କିତ ଉପସ୍ଥାପନାରେ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ପାର୍କିଂ ବ୍ୟବସ୍ଥାର ରୂପାନ୍ତରଣ ପାଇଁ ପ୍ରସ୍ତାବିତ ଢାଞ୍ଚା ଉପରେ ଆଲୋକପାତ କରାଯାଇଥିଲା । ଦ୍ରୁତଗତିରେ ବଢ଼ୁଥିବା ଯାନବାହନ ସଂଖ୍ୟା ଯୋଗୁଁ ସହରର ସୀମିତ ରାସ୍ତା ଓ ସ୍ଥାନ ଉପରେ ବଢ଼ୁଥିବା ଚାପକୁ ଦୃଷ୍ଟିରେ ରଖି ଏକ ସୁପରିକଳ୍ପିତ, ନିୟନ୍ତ୍ରିତ ଓ ପ୍ରଯୁକ୍ତିବିଦ୍ୟାଭିତ୍ତିକ ପାର୍କିଂ ବ୍ୟବସ୍ଥା ଗଠନ କରିବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ । ସ୍ଥାୟୀ ସହରୀ ଯାତାୟାତ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପାର୍କିଂ ପରିଚାଳନାକୁ ଗୁରୁତ୍ୱ ଦେବା ସହ ପଥଚାରୀଙ୍କ ସୁବିଧା, ସାଧାରଣ ପରିବହନ ଓ ଉପଲବ୍ଧ ଭିତ୍ତିଭୂମିର ସୁବିନିଯୋଗ ଉପରେ ଏଥିରେ ବିଶେଷ ଧ୍ୟାନ ଦିଆଯାଇଛି ।

ପ୍ରସ୍ତାବିତ ନୀତିରେ ରାସ୍ତାର ସ୍ଥାନ ବଣ୍ଟନ କ୍ଷେତ୍ରରେ ପଥଚାରୀ, ସାଇକେଲ ଚାଳକ, ଦିବ୍ୟାଙ୍ଗ ବ୍ୟକ୍ତି, ଜରୁରୀକାଳୀନ ସେବା ଏବଂ ସାଧାରଣ ପରିବହନକୁ ପ୍ରାଥମିକତା ଦେବାର ବ୍ୟବସ୍ଥା ରହିଛି । ଏଥିସହ ପାର୍କିଂ ବ୍ୟବସ୍ଥାର ବୈଜ୍ଞାନିକ ଓ ସ୍ଥାନଭିତ୍ତିକ ଯୋଜନା ପାଇଁ ସହରସ୍ତରୀୟ ପାର୍କିଂ ମାଷ୍ଟର ପ୍ଲାନ୍ ଏବଂ ଅଞ୍ଚଳଭିତ୍ତିକ ପାର୍କିଂ ପରିଚାଳନା ଯୋଜନା  ପ୍ରସ୍ତୁତ କରିବାକୁ ପ୍ରସ୍ତାବ ରହିଛି ।

ପାର୍କିଂ ଚାହିଦା ଅନୁଯାୟୀ ଶୁଳ୍କ ନିର୍ଦ୍ଧାରଣ, ରାସ୍ତାକଡ଼ ଓ ରାସ୍ତା ବାହାରେ ଥିବା ପାର୍କିଂ ସ୍ଥଳ ପାଇଁ ଭିନ୍ନ ଭିନ୍ନ ଶୁଳ୍କ ବ୍ୟବସ୍ଥା, ଡିଜିଟାଲ୍ ପାର୍କିଂ ଅନୁମତିପତ୍ର, ରିଅଲ୍ ଟାଇମ୍ ପାର୍କିଂ ସୂଚନା, ଇଲେକ୍ଟ୍ରୋନିକ୍ ଦେୟ ବ୍ୟବସ୍ଥା ଏବଂ ପ୍ରଯୁକ୍ତିବିଦ୍ୟାଭିତ୍ତିକ ତଦାରଖ ଭଳି ପ୍ରମୁଖ ବ୍ୟବସ୍ଥା ଏହି ନୀତିରେ ସ୍ଥାନ ପାଇଛି । ଏଥିସହ ଉପଲବ୍ଧ ପାର୍କିଂ ସ୍ଥଳଗୁଡ଼ିକର ମିଳିତ ବ୍ୟବହାର, ବୈଦ୍ୟୁତିକ ଯାନ  ପାଇଁ ଉପଯୁକ୍ତ ପାର୍କିଂ ସୁବିଧା ଏବଂ ସାଧାରଣ ପରିବହନ ଓ ଅଣ-ମୋଟର ଚାଳିତ ଯାତାୟାତ ବ୍ୟବସ୍ଥା ସହ ପାର୍କିଂ ଭିତ୍ତିଭୂମିର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହାର ସଫଳ କାର୍ଯ୍ୟକାରିତା ଓ ନିୟମର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ପୌରସଂସ୍ଥା, ଟ୍ରାଫିକ୍ ପୋଲିସ ଏବଂ ଅନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ ଉପରେ ମଧ୍ୟ ଏହି ନୀତିରେ ଗୁରୁତ୍ୱ ଦିଆଯାଇଛି ।

ସହରୀ ଯାତାୟାତ ଯୋଜନା ଓ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ସମ୍ପର୍କିତ ଆଲୋଚନାରେ ଭବିଷ୍ୟତର ସହରୀ ଭିତ୍ତିଭୂମି ଓ ଯାତାୟାତ ସମ୍ପର୍କିତ ପଦକ୍ଷେପଗୁଡ଼ିକର ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ମତବିନିମୟ ହୋଇଥିଲା । ସେହିପରି ଜିଲ୍ଲା ସହର ଉନ୍ନୟନ ସଂସ୍ଥା ଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା କରାଯାଇ ଅନୁଷ୍ଠାନିକ ଦକ୍ଷତା ବୃଦ୍ଧି ଓ ସହରୀ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ଦକ୍ଷତାର ସହ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ବୈଠକରେ ବିଭାଗର ଚାଲୁ ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ଆକଳନ କରିବା ସହ ନୂତନ ପ୍ରାଥମିକତା ଓ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ରାଜ୍ୟରେ ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ବିଭାଗର ବିଭିନ୍ନ ଶାଖା ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିଲା ।

Powered by Froala Editor

Tags Minister

Related articles Odisha News Lens 4.1

  • ବର୍ଷକ ମଧ୍ୟରେ ଚିନି ଦର ୧୨ରୁ ୧୩ ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ବର୍ଷକ ମଧ୍ୟରେ ଚିନି ଦର ୧୨ରୁ ୧୩ ଟଙ୍କା ବୃଦ୍ଧି

    14711
    Nov 05, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ୨ ମୃତ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ୨ ମୃତ

    13788
    Nov 05, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର
    ବିଶେଷ

    ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13659
    Nov 07, 2026
  • ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ସହ ପରିବାରର 7 ଜଣଙ୍କୁ ଶିଳପୁଆରେ ଛେଚି କଲା ...
    ଦେଶ-ଦେଶାନ୍ତର

    ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ସହ ପରିବାରର 7 ଜଣଙ୍କୁ ଶିଳପୁଆରେ ଛେଚି କଲା ...

    14735
    Nov 06, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା
    ବାଣିଜ୍ୟ

    ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15157
    Nov 06, 2026
  • ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ
    ଦେଶ-ଦେଶାନ୍ତର

    ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ

    15665
    Nov 05, 2026
  • ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା
    ଦେଶ-ଦେଶାନ୍ତର

    ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା

    14032
    Nov 05, 2026
  • ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ ...
    ଦେଶ-ଦେଶାନ୍ତର

    ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ ...

    14193
    Nov 05, 2026
  • ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ
    ଦେଶ-ଦେଶାନ୍ତର

    ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ

    15580
    Nov 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା

    14032
    Nov 05, 2026
  • ବିଶେଷ

    ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13659
    Nov 07, 2026
  • ଦେଶ-ଦେଶାନ୍ତର

    ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା

    13668
    Nov 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17256
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17957
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17899
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18319
    Sep 06, 2023

ବିଶେଷ

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13659
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14020
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14878
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15857
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    15037
    Oct 27, 2026

ବାଣିଜ୍ୟ

ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

ସିଡନୀ :  ସିଡନୀରେ ୪୦୦ରୁ ଅଧିକ ଓଡ଼ିଆ ସମ୍ପ୍ରଦାୟର ସଦସ୍ୟ ଏକତ୍ରିତ ହୋଇ ଦଶହରାକୁ ସ୍ୱାଗତ କରିଥିଲେ ଏବଂ ଫୁଲ ବଉଳ ବେଣୀ ପାଳନ କରିଥିଲେ। ଏହା ଓରିଓଜ୍ ର ଦ୍ୱିବାର୍ଷିକ ସାଂସ୍କୃତିକ ଉତ୍ସବ, ଯାହା ଭବିଷ୍ୟତ ପ ...

  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14051
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14132
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14417
    Nov 01, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15861
    Oct 31, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ସହ ପରିବାରର 7 ଜଣଙ୍କୁ ଶିଳପୁଆରେ ଛେଚି କଲା ହତ୍ୟା

    14735
    Nov 06, 2026
  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା

    13668
    Nov 06, 2026
  • ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା

    14032
    Nov 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In