ଆଜି ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସୋମବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଏହି ଗସ୍ତ ସମୟରେ ସେ ଭାରତ ନବୀକରଣଯୋଗ୍ୟ ଶକ୍ତି ସମ୍ମିଳନୀରେ ଯୋଗ ଦେବେ।ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରର ବିକାଶ, ସୌର ଓ ପବନ ଶକ୍ତି ପ୍ରକଳ୍ପର ପ୍ରସାର ଏବଂ ନୂତନ ପୁଞ୍ଜିନିବେଶ ଆକୃଷ୍ଟ କରିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବ।
ଶକ୍ତି ସମ୍ମିଳନୀ ବ୍ୟତୀତ ମୁଖ୍ୟମନ୍ତ୍ରୀ ନିଜ ଗସ୍ତ କାଳରେ କେନ୍ଦ୍ରୀୟ ନେତୃତ୍ୱ ଓ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ। ଓଡ଼ିଶାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତି, କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ଏବଂ କେନ୍ଦ୍ରୀୟ ସହାୟତା ସମ୍ପର୍କରେ ସେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ। ରାଜ୍ୟ ପାଇଁ ଅଧିକ ସହାୟତା ରାଶି ମଞ୍ଜୁର କରିବାକୁ ସେ ଦାବି ଜଣାଇବାର ସମ୍ଭାବନା ରହିଛି।
Powered by Froala Editor