Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, November 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ...

  • ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ...

  • ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ...

  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

  • ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ...

  • ନିଧି ରାଜଦାନଙ୍କ ସହ ବିବାହ ବନ୍ଧନରେ ...

  • ଜାତିସଂଘରେ ଭାରତର ଅସନ୍ତୋଷ: ...

  • ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ...

  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା ...

ରାଜ୍ୟ
Home ›› ରାଜ୍ୟ ››ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା: ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ପ୍ରଦାନ

ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା: ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ପ୍ରଦାନ

2026-11-02 06:38:44
14084
Share:
Facebook
Twitter
E-Mail
WhatsApp
Telegram
ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା: ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ପ୍ରଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ଅର୍ଣ୍ଣବ ଓ ତା’ର ପରବର୍ତ୍ତୀ ପରିସ୍ଥିତିରେ ରିଲିଫ, ପୁନନିର୍ମାଣ ଓ କ୍ଷୟକ୍ଷତି ଆକଳନ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିବା ପରେ ପ୍ରଭାବିତ ଲୋକଙ୍କ ପାଇଁ ଏକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଣ୍ଣବର ପ୍ରଭାବ ସମ୍ପୂର୍ଣ୍ଣ ରୂପେ ଯାଇ ନଥିବା ବେଳେ ଆଉ ଏକ ବାତ୍ୟା ‘ମୁରାସୁ’ ଆସିବାର ସମ୍ଭାବନା ରହିଛି। ତେଣୁ, ଯେଉଁ ଅଞ୍ଚଳରେ ଯେଉଁ ସରକାରୀ ଟିମ୍ ସହାୟତା ଓ ତଦାରଖ ଦାୟିତ୍ୱରେ ଅଛନ୍ତି, ସେମାନେ ସେହି ଅଞ୍ଚଳରେ ରହିବେ ଏବଂ ପରିସ୍ଥିତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଅନୁଗ୍ରହ ମୂଳକ ସହାୟତା -- ସମସ୍ତ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ପ୍ରଦାନ କରାଯିବ। କୃଷି କ୍ଷେତ୍ର-- ୩୩% ଏବଂ ତା’ଠାରୁ ଅଧିକ ଫସଲ ହାନି ସହିଥିବା ସମସ୍ତ ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଇନ୍‌ପୁଟ୍‌ ସବସିଡି ପ୍ରଦାନ କରାଯିବ। ଅଣ-ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା  ୮,୫୦୦ ଟଙ୍କା, ଜଳସେଚିତ ଅଞ୍ଚଳରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ସହାୟତା ଦିଆଯିବ।

ବାରମାସୀ ଫସଲ ପାଇଁ ସର୍ବନିମ୍ନ ଇନ୍‌ପୁଟ ସହାୟତା ୨୫୦୦ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ୨୦୦୦ ଟଙ୍କା ଏବଂ ଅଣ-ଜଳସେଚିତ ଅଞ୍ଚଳ ପାଇଁ ସବନିମ୍ନ ୧୦୦୦ ଟଙ୍କା ଦିଆଯିବ। 

ଜମିରୁ ବାଲି କିମ୍ବା ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା ହାରରେ ସହାୟତା ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ଚାଷୀଙ୍କୁ ସର୍ବନିମ୍ନ ସହାୟତା ରାଶି ୨,୨୦୦ ଟଙ୍କା ଦିଆଯିବ ।

ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଚାଷୀମାନଙ୍କୁ ୧,୨୦,୦୦୦ ସଂଖ୍ୟକ ଡାଲି ଜାତୀୟ ମିନିକିଟ୍, ୫,୦୦୦ ତୈଳବୀଜ ଏବଂ ୫୦,୦୦୦ ପନିପରିବା ମଞ୍ଜି କିଟ୍‌ ଦିଆଯିବ। ସର୍ବମୋଟ ୧,୭୫,୦୦୦ ସ୍ୱତନ୍ତ୍ର ମିନିକିଟ୍ ଯୋଗାଇ ଦିଆଯିବ। 

ଆଖୁ ଚାଷ ହେଉଥିବା ୨,୦୦୦ ହେକ୍ଟର ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସ୍ପେସ୍ ଟ୍ରାନ୍ସପ୍ଲାଣ୍ଟିଂ ପଦ୍ଧତି ପ୍ରଦର୍ଶନ ପାଇଁ ହେକ୍ଟର ପିଛା  ୨୭,୫୦୦ ଟଙ୍କା କିମ୍ବା ରେଟୁନ୍ ଫସଲ ପରିଚାଳନା ପାଇଁ ହେକ୍ଟର ପିଛା  ୧୨,୫୦୦ ଟଙ୍କା ହାରରେ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ। 

ରବି ଋତୁ ୨୦୨୬-୨୭ ସମୟରେ କୀଟନାଶକ ଏବଂ ଜୈବ-କୀଟନାଶକ ଉପରେ ୭୫% ସବସିଡିର ବ୍ୟବସ୍ଥା କରାଯିବ। 

କୃଷି ଋଣ -- ଯେଉଁଠାରେ ୩୩% କିମ୍ବା ତା’ଠାରୁ ଅଧିକ ଫସଲ ହାନି ହୋଇଛି, ସେଠାରେ ଇଚ୍ଛୁକ ଚାଷୀମାନଙ୍କ ପାଇଁ ସ୍ୱଳ୍ପମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ। 

ଗୃହ ନିର୍ମାଣ କ୍ଷେତ୍ର --  ଯେଉଁ ଘର ଗୁଡିକ ସମ୍ପୂର୍ଣ୍ଣ କିମ୍ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି, ସେଠାରେ ସମତଳ ଅଞ୍ଚଳ ପାଇଁ ୧,୨୦,୦୦୦ ଟଙ୍କା ଏବଂ ପାର୍ବତ୍ୟ ଅଞ୍ଚଳ ପାଇଁ ୧,୩୦,୦୦୦ ଟଙ୍କା ହିସାବରେ ସହାୟତା ମିଳିବ।  

     ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬୫୦୦ ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪୦୦୦ ଟଙ୍କା ସହାୟତା ଦିଆଯିବ। 

କ୍ଷତିଗ୍ରସ୍ତ କୁଡ଼ିଆ ଘର ପାଇଁ ୮୦୦୦ଟଙ୍କା ଓ ଗୁହାଳ ପାଇଁ ୩,୦୦୦ ଟଙ୍କା ସହାୟତା ମିଳିବ।

  ଯେଉଁ ପରିବାରଗୁଡ଼ିକର ଘର ଭାସି ଯାଇଛି କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କିମ୍ବା ଦୁଇ ଦିନରୁ ଅଧିକ ସମୟ ଧରି ଜଳମଗ୍ନ ହୋଇ ରହିଛି, ସେହି ପରିବାରଗୁଡ଼ିକୁ ପୋଷାକ ପତ୍ର ପାଇଁ ୨,୫୦୦ ଟଙ୍କା ଏବଂ ବାସନକୁସନ ପାଇଁ ୨,୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। 

ପ୍ରାଣୀ ସମ୍ପଦ କ୍ଷତିପୂରଣ ପାଇଁ ଚାଷୀଙ୍କୁ ସହାୟତା— ଗୃହପାଳିତ ପ୍ରାଣୀ ହରାଇଥିବା ଚାଷୀଙ୍କୁ ଦୁଧିଆଳି  ଗାଈ ମଇଁଷି ଆଦି ପ୍ରାଣୀର ମୃତ୍ୟୁ ପାଇଁ ୩୭,୫୦୦ ଟଙ୍କା ଏବଂ ମେଣ୍ଢା, ଛେଳି, ଘୁଷୁରି ପାଇଁ ୪,୦୦୦ ଟଙ୍କା ପ୍ରଦାନ କରାଯିବ। 

       ସେହିପରି ଭାରବାହୀ ପଶୁ ଯଥା ଓଟ,ଘୋଡ଼ା,ବଳଦ ଇତ୍ୟାଦି ପାଇଁ ୩୨,୦୦୦ ଟଙ୍କା ଏବଂ ଛୋଟ ଭାରବାହୀ ପଶୁ ଯଥା ବାଛୁରୀ,ଗଧ, ଘୋଡ଼ା,ଖଚର ଆଦି  ପାଇଁ ୨୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। କୁକୁଡ଼ା ପିଛା ୧୦୦ ଟଙ୍କା ଭାବରେ ସର୍ବାଧିକ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। 

    ପ୍ରଭାବିତ ଅଞ୍ଚଳର ୫,୦୦୦ ଜଣ ଦୁଗ୍ଧ ଚାଷୀଙ୍କୁ ସହାୟତା କରିବା ପାଇଁ ପ୍ରାଣୀ ପିଛା ୧୦୦ କିଲୋଗ୍ରାମ ହିସାବରେ ସର୍ବାଧିକ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଗୋ-ଖାଦ୍ୟ ଯୋଗାଇ ଦିଆଯିବ। 

୭୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୨୦୦ କୁକୁଡ଼ା ଫାର୍ମକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ପୁନରୁଦ୍ଧାର ପାଇଁ ସହାୟତା ପ୍ରଦାନ କରାଯିବ। 

 ମତ୍ସ୍ୟ ଚାଷ କ୍ଷେତ୍ର --    କ୍ଷତିଗ୍ରସ୍ତ ମାଛ ଚାଷୀ ମାନଙ୍କ ପାଇଁ ହେକ୍ଟର ପିଛା ୧,୧୨,୫୦୦ ଟଙ୍କା ହାରରେ ୭୫% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ।  

ସମ୍ପୂର୍ଣ୍ଣ ଏବଂ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୨୨,୫୦୦ ଟଙ୍କା ଏବଂ ଜାଲ ପାଇଁ ୧୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। 

ସାମୁଦ୍ରିକ ଏବଂ ଚିଲିକା ମତ୍ସ୍ୟଜୀବୀମାନଙ୍କୁ ସମ୍ପୂର୍ଣ୍ଣ ଏବଂ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬୦,୦୦୦ ଟଙ୍କା ଏବଂ ଜାଲ ପାଇଁ ୧୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। 

  ଯେଉଁ ମାଛ ଚାଷୀମାନଙ୍କର ପୋଖରୀ ବନ୍ଧ ଭାଙ୍ଗିଯାଇଛି କିମ୍ବା ମାଟି କ୍ଷୟ ହୋଇଛି ସେମାନଙ୍କୁ ସହାୟତା ପ୍ରଦାନ କରାଯିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଲିଜ୍ ସୂତ୍ରରେ ନିଆଯାଇଥିବା କମ୍ୟୁନିଟି ପୋଖରୀ ପାଇଁ ମଧ୍ୟ ସହାୟତା ଦିଆଯିବ। ହେକ୍ଟର ପିଛା ସର୍ବାଧିକ ୧,୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ।

MSME, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ-- ପ୍ରଭାବିତ MSME, ବ୍ୟବସାୟୀ, ଦୋକାନୀ, ଉଠାଦୋକାନୀ ଏବଂ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନକୁ ସହାୟତା ଦିଆଯିବ।

 ଏହି ପ୍ୟାକେଜ୍ ଅଧୀନରେ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସାୟିକ ପରିସର, କେବିନ୍ କିମ୍ବା ଷ୍ଟଲ୍, ଯନ୍ତ୍ରପାତି, ଫିକ୍ସଚର୍ସ, ମହଜୁଦ ସାମଗ୍ରୀ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ସମ୍ପତ୍ତିର ହୋଇଥିବା କ୍ଷତିର ଆକଳନ କରାଯିବ।

କ୍ଷତିଗ୍ରସ୍ତ MSME, ବ୍ୟବସାୟୀ ଓ ଦୋକାନୀ ମାନଙ୍କୁ ସର୍ବାଧିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ। ଏହି ଋଣରେ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୫ ପ୍ରତିଶତ ସବସିଡି ଦିଆଯିବ। ଏହି ସବସିଡି ପରିମାଣ ରାଜ୍ୟ ସରକାର ସିଧାସଳଖ ବ୍ୟାଙ୍କ ଗୁଡିକୁ ଯୋଗାଇଦେବେ। 

ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍ କିମ୍ବା କିଓସ୍କ ପାଇଁ ୧୦,୦୦୦ ଟଙ୍କା ଏବଂ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ୨୫,୦୦୦ ଟଙ୍କା ସହାୟତା ଦିଆଯିବ।

ମହିଳା ସ୍ୱୟଂସହାୟକ ଗୋଷ୍ଠୀ -- ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ  ୫୦୦୦ ଟଙ୍କାର ଅତିରିକ୍ତ ସିଡ୍ ମନି ପ୍ରଦାନ କରାଯିବ। 

ହସ୍ତଶିଳ୍ପ ଓ ହସ୍ତତନ୍ତ--  ହସ୍ତଶିଳ୍ପ, ହସ୍ତତନ୍ତ କ୍ଷେତ୍ର ଅଧୀନରେ, ବୁଣାକାର ଓ କାରିଗରମାନଙ୍କୁ ସେମାନଙ୍କର ଯନ୍ତ୍ରପାତି ଓ ଉପକରଣ ବଦଳାଇବା ପାଇଁ ବ୍ୟକ୍ତି ପିଛା ୫,୦୦୦ ଟଙ୍କା ଏବଂ ସାମଗ୍ରୀ ନଷ୍ଟ ପାଇଁ କାରିଗର ପିଛା ୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। 

ରେଶମ ଚାଷ-- ପ୍ରଭାବିତ ରେଶମ ଚାଷୀମାନଙ୍କ ମଧ୍ୟରୁ ଏରି, ମଲବେରୀ, ଟସର ଚାଷୀଙ୍କୁ ହେକ୍ଟର ପିଛା ୬,୦୦୦ ଟଙ୍କା ଏବଂ ମୁଗା  ଚାଷୀଙ୍କୁ ହେକ୍ଟର ପିଛା ୭୫୦୦ ଟଙ୍କା ଇନପୁଟ ସହାୟତା ଦିଆଯିବ। 

ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପାଳନ ଗୃହଗୁଡ଼ିକ ପାଇଁ ପ୍ରଭାବିତ ରେଶମ ଚାଷୀମାନଙ୍କୁ ୧,୭୫,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଏହା ସହିତ ଓଡ଼ିଶା ଉଠା ଜଳସେଚନ ନିଗମ, ସମସ୍ତ ପ୍ରଭାବିତ ଗ୍ରାମଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ରବି ଋତୁ ପୂର୍ବରୁ  ସମସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Powered by Froala Editor

Tags Cm

Related articles Odisha News Lens 4.1

  •  ଜାତିସଂଘରେ ଭାରତର ଅସନ୍ତୋଷ: ମାନବାଧିକାରକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର ...
    ଦେଶ-ଦେଶାନ୍ତର

    ଜାତିସଂଘରେ ଭାରତର ଅସନ୍ତୋଷ: ମାନବାଧିକାରକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର ...

    13752
    Nov 01, 2026
  • ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର
    ଦେଶ-ଦେଶାନ୍ତର

    ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର

    15311
    Nov 01, 2026
  •  କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ
    ବିଶେଷ

    କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14513
    Nov 01, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା
    ବାଣିଜ୍ୟ

    ୨୦ ପ୍ରତିଶତ ଶସ୍ତା ହେଲା ସୁନା

    13997
    Nov 01, 2026
  • ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ଟ୍ରାଏଲ୍ ଆରମ୍ଭ
    ଦେଶ-ଦେଶାନ୍ତର

    ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ଟ୍ରାଏଲ୍ ଆରମ୍ଭ

    15062
    Nov 01, 2026
  • ନିଧି ରାଜଦାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଓମାର ଅବଦୁଲ୍ଲା
    ଦେଶ-ଦେଶାନ୍ତର

    ନିଧି ରାଜଦାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଓମାର ଅବଦୁଲ୍ଲା

    14014
    Nov 01, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ ...
    ବାଣିଜ୍ୟ

    ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ ...

    15626
    Oct 31, 2026
  • ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ
    ଦେଶ-ଦେଶାନ୍ତର

    ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ

    13813
    Nov 01, 2026
  • ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ
    ଦେଶ-ଦେଶାନ୍ତର

    ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ

    15353
    Nov 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ

    15353
    Nov 01, 2026
  • ଦେଶ-ଦେଶାନ୍ତର

    ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

    13988
    Nov 01, 2026
  • ଦେଶ-ଦେଶାନ୍ତର

    ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ଟ୍ରାଏଲ୍ ଆରମ୍ଭ

    15062
    Nov 01, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17243
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17941
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17884
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18307
    Sep 06, 2023

ବିଶେଷ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14513
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15686
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14902
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16094
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    15022
    Oct 25, 2026

ବାଣିଜ୍ୟ

୨୦ ପ୍ରତିଶତ ଶସ୍ତା ହେଲା ସୁନା

ଧନତେରସରେ ସୁନା ବଜାରରେ ଆସିଥିବା ବଡ଼ କରେକ୍ସନ୍ ଗ୍ରାହକ ଓ ନିବେଶକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ୨୪ କ୍ୟାରେଟ୍ ସୁନାର ଦାମ ପ୍ରତି ୧୦ ଗ୍ରାମ ୧,୪୦,୦୫୪ ଟଙ୍କା ରହିଛି। ୨୯ ଜାନୁଆରୀରେ ଏହି ଦାମ ୧,୭୫,୩୪୦ ଟଙ୍କା ଥିଲା। ଅର୍ଥାତ୍ ରେକର୍ଡ ସ୍ତରରୁ ସୁନା ପ୍ରାୟ ୨୦ ପ୍ରତିଶତ ଶସ୍ତା ହୋଇଛି।

ଜାନୁଆରୀର ...

  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15626
    Oct 31, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    13912
    Oct 31, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା

    13662
    Oct 31, 2026
  • କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

    15176
    Oct 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର

    15311
    Nov 01, 2026
  • ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ

    13813
    Nov 01, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    13997
    Nov 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In